ମୋ ପୁଅକୁ ଭୁଲିଗଲେ ସମସ୍ତେ – ଜ୍ୟୋତିପ୍ରକାଶଙ୍କ ବାପା

ଭୁବନେଶ୍ୱର : ଆତ୍ମାହୁତି ଉଦ୍ୟମ କରିଥିବା ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଏହି ଘଟଣାରେ ପୀଡ଼ିତାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଛାତ୍ରଙ୍କୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି । ପୀଡ଼ିତାଙ୍କୁ ସେହି ସମୟରେ ମରଣମୁହଁରୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଛାତ୍ର ଜଣକ ହେଉଛନ୍ତି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ । ସେ ଗୁରୁତର ହୋଇ ଏବେ ଏସସିବି ବର୍ଣ୍ଣ ୟୁନିଟ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଏ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ ଯୋଗାଯୋଗ କରାଯାଇନଥିବା କହିଛନ୍ତି ତାଙ୍କ ବାପା। ଜ୍ୟୋତିପ୍ରକାଶଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏତେଟା ଭଲ ନାହିଁ। ପରିବାର ଲୋକ ଏବେ ଜ୍ୟୋତିପ୍ରକାଶ ସହିତ କଟକ ବଡ ମେଡିକାଲରେ ଅଛନ୍ତି। ସରକାରଙ୍କ ସହଯୋଗ କାମନା କରିଛନ୍ତି ଜ୍ୟୋତିପ୍ରକାଶର ବାପା। ଜ୍ୟୋତିପ୍ରକାଶଙ୍କ ବାପା କହିଛନ୍ତି, ମୋ ପୁଅର ଦୁଇଟି ହାତ, ମୁହଁ ପୂରା ପୋଡି ଯାଇଛି ।

ଅନ୍ୟପଟେ ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ ଡ଼ା ବିଭୁତି ନାୟକ କହିଛନ୍ତି , ଜ୍ୟୋତି ପ୍ରକାଶଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତାଙ୍କର ହାତ ,ମୁହଁ ଓ ବିଶେଷ କରି ଫୁସଫୁସ ନିଆଁ ଦ୍ୱାରା ପ୍ରଭାବିତ ହୋଇଛି। ବର୍ତ୍ତମାନ ଚିକିତ୍ସା ଜାରି ରହିଥିଲା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ସେ ସୁସ୍ଥ ହେବେ ବୋଲି ଆଶା ରହିଛି।

Govt

Comments are closed.