ମୋ ପୁଅର ହତ୍ୟା ପାଇଁ ଅତିକ ଅହମଦକୁ ଫାଶୀ ହେବା ଉଚିତ : ଉମେଶ ପାଲଙ୍କ ମା’

ନୂଆଦିଲ୍ଲୀ, ୨୮/୩ : ଉମେଶ ପାଲ ଅପହରଣ ମାମଲା‌ରେ ଅତିକ ଅହମଦକୁ ଆଜୀବନ ଜେଲ୍‌ ହେବାପରେ ତାଙ୍କ ମା’, ପତ୍ନୀ ଏବଂ ସମଗ୍ର ପରିବାର ସଦସ୍ୟ ଖୁସିବ୍ୟକ୍ତ କରିଛନ୍ତି। କିନ୍ତୁ ଉମେଶ ପାଲ୍‌ଙ୍କ ମା’ କହିଛନ୍ତି , ଅତିକ ଅହମଦକୁ ଫାଶୀ ହେବା ଉଚିତ। ୧୮ ବର୍ଷ ହୋଇଯିବ ମୋ ପୁଅକୁ ଅପହରଣ କରାଯାଇଥିଲା। କୋର୍ଟଙ୍କ ଉପରେ ମୋର ଭରସା ଅଛି। ମୋ ପୁଅକୁ ଅପହରଣ କରିଥିବାରୁ କୋର୍ଟ ଅତିକକୁ ଆଜୀବନ ଜେଲ୍‌ ଦେଇଛନ୍ତି। ତେବେ ମୋ ପୁଅର ହତ୍ୟା ମାମଲାରେ ଅତିକକୁ ଫାଶୀ ହେବା ଉଚିତ। ଉମେଶ ପାଲଙ୍କ ମା’ ଶାନ୍ତି ଦେବୀ କହିଛନ୍ତି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପ‌ରେ ମୋର ବିଶ୍ବାସ ଅଛି। ଅତିକକୁ ଉଚିତ ଶାସ୍ତି ମିଳିବ। ଅନ୍ୟପକ୍ଷେ ଉମେଶ ପାଲଙ୍କ ପତ୍ନୀ କହିଛନ୍ତି, ସେ ଅତିକ ଅହମଦ ବିରୋଧରେ ଲଢ଼େଇ ଜାରି ରଖିବେ।

Govt

Comments are closed.