ମେଦବହୁଳତା

0

ନିକଟରେ ମିଳିଥିବା ରିପୋର୍ଟ ଅନୁସାରେ ଭାରତରେ ମେଦବହୁଳତା ବଢିବାରେ ଲାଗିଛି । ବିଶ୍ବର ଅନେକ ଦେଶରେ ଏହା ଗୁରୁତର ସମସ୍ୟା ଭାବେ ବିବେଚିତ ହୋଇଥାଏ । ଭାରତୀୟ ଜୀବନଶୈଳୀ ଏହାର ପ୍ରମୁଖ କାରଣ ଭାବେ ଉଭା ହେବାରେ ଲାଗିଛିବୋଲି ବିଶେଷଜ୍ଞ ମତ ଦେଉଥିବା ଦେଖିବାକୁ ମିଳୁଛି ।

ଦିନଥିଲା ପାଶ୍ଚାତ୍ୟଦେଶ ମାନଙ୍କରେ ମେଦବହୁଳତା ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଥିଲା । ହେଲେ ବର୍ତ୍ତମାନ କିଛି ବର୍ଷ ହେବ ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାରତୀୟମାନେ ଧୀରେଧୀରେ ମେଦବହୁଳତାର କବଳକୁ ଯାଉଥିବାର ଘଟଣା ସାମନାକୁ ଆସୁଛି । ଡାକ୍ତରଙ୍କ ମତରେ ବିଶେଷଭାବେ ଭାରତୀୟମାନେ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରିପାରିଲେ ଏହାକୁ ନିୟନ୍ତ୍ରଣରେ ରଖିହେବା ।
ଖାଦ୍ୟ ଶୈଳୀରେ ପରିବର୍ତ୍ତନ
ଦିନ ଥିଲା କୌଣସି ଲୋକ ବାହାର ଖାଇବା କଣ ଜାଣୁନଥିଲେ । ସେମାନେ ପ୍ରତିଟି ସମୟରେ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖାଉଥିଲେ ଯାହା ସେମାନଙ୍କୁ ରୋଗ ମୁକ୍ତ ରଖୁଥିଲା । ବର୍ତ୍ତମାନ ବଜାରରେ ମିଳୁଥିବା ପ୍ରୋସେସ ଫୁଡ ମେଦବହୁଳତାର କାରଣ ସାଜିଛି । ବଜାରରେ ମିଳୁଥିବା ବିଭିନ୍ନ ଜଙ୍କଫୁଡ, ଫାଷ୍ଟଫୁଡ଼, ଚିପ୍ସ ଆଦି ମେଦବହୁଳତାର ପ୍ରାଥମିକ କାରଣ ସାଜିଛି । ଲୋକମାନେ ପାରମ୍ପରିକ ଖାଦ୍ୟ ଭୁଲି ବର୍ତ୍ତମାନ ଫାଷ୍ଟ ଫୁଡ ଖାଇବାରେ ଲାଗିଲେଣି ଯାହା ବିଭିନ୍ନ ରୋଗକୁ ଡାକି ଆଣୁଛି । ଖାଦ୍ୟରେ ପୋଷଣ କମ ଚର୍ବି ଅଧିକ ରହୁଛି ଯାହା ମେଦବହୁଳତାକୁ ବଢାଉଛି ।
ଜୀବନଶୈଳୀ
କେବଳ ଖାଦ୍ୟ ପଦାର୍ଥ ନୁହେଁ ମେଦବହୁଳତାର କାରଣଭାବେ ଜୀବନଶୈଳୀ ମଧ୍ୟ ଉଭା ହୋଇଛି । ବର୍ତ୍ତମାନ ଗୋଟିଏ ସ୍ଥାନରେ ବସି ରହି ୯ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବାକୁ ପଡୁଛି, ଯେଉଁ କାରଣରୁ ମେଦବହୁଳତା ବଢିବାରେ ଲାଗିଛି । ସେହିଭଳି ଆଜିକାଲି ଶାରୀରିକ ପରିଶ୍ରମ ଯେପରି ଉଭାନ ହୋଇଯାଇଛି । ଅଧିକାଂଶ ସମୟ ମୋବାଇଲ୍, କମ୍ପ୍ୟୁଟର, ଲାପଟପ, ଟିଭି ଦେଖି କଟୁଛି । ସ୍କ୍ରିନ ଟାଇମ ଏତେ ଅଧିକ ହେଉଛି କି ଏହାର ପ୍ରଭାବ ମଧ୍ୟ ଆମ ଶରୀର ଉପରେ ପଡୁଛି । ଏହି କାରଣରୁ ମେଦବହୁଳତା ଦ୍ରୁତ ଗତିରେ ବଢୁଥିବାନେଇ ବିଶେଷଜ୍ଞ ମତ ଦେଉଛନ୍ତି ।

ପିଲାଙ୍କ କ୍ଷେତ୍ରରେ ବି ଅଧିକ
ବର୍ତ୍ତମାନ କେବଳ ବଡ କିମ୍ବା ବୟସ୍କ ନୁହେଁ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଖୁବ ଅଧିକ ମେଦବହୁଳତା ସମସ୍ୟା ଦେଖିବାକୁ ମିଳୁଛି । ସ୍କୁଲ ଯାଉଥିବା ଏଭଳି ଅନେକ ପିଲା ମିଳୁଛନ୍ତି ଯେଉଁମାନେ ମେଦବହୁଳତାର ଶିକାର ହେଉଛନ୍ତି । ସେମାଙ୍କର ମୁଖ୍ୟା କାରଣ ରହୁଛି ଖାଦ୍ୟଶୈଳୀ, ବ୍ୟାୟାମ ଓ ଖେଳକୁଦର ଅଭାବ । ବର୍ତ୍ତମାନ ପିଲାଙ୍କୁ ଖେଳକୁଦ ପାଇଁ ସମୟ ମିଳୁନାହିଁ, ଯାହା ସେମାନଙ୍କ ଶାରିରୀକ ଅଭିବୃଦ୍ଧି ଉପରେ ପ୍ରଭାବ ପକାଉଛି । ସେହିଭଳି ସେମାନଙ୍କ ଖାଦ୍ୟରେ ଜଙ୍କଫୁଡ ମୁଖ୍ୟ ଖାଦ୍ୟ ଭାବେ ସାମିଲ ରହୁଛି । ଅଧିକାଂଶ ସମୟରେ ବାହାରେ ଖାଇବା ଫଳରେ ସେମାନଙ୍କ ନିକଟରେ ମେଦବହୁଳତା ବେଶି ଦେଖିବାକୁ ମିଳୁଛି । ଅନେକ ସମୟରେ ସେମାନେ ଚକୋଲେଟ୍, କୋଲ୍ଡଡ୍ରିଙ୍କ ପିଉଛନ୍ତି, ଯେଉଁଥିରେ ଚିନିର ମାତ୍ରା ଅଧିକ ରହୁଛି । ଚିନି ମେଦବହୁଳତାର ଏକ ପ୍ରାଥମିକ କାରଣ ।
ଟିପ୍ସ
ମେଦବହୁଳତାକୁ ନିୟନ୍ତ୍ରଣରେ ଆଣିବାକୁ ହେଲେ ପ୍ରଥମେ ଆମକୁ ଜୀବନଶୈଳୀ ଓ ଖାଦ୍ୟଶୈଳୀରେ ପରିବର୍ତ୍ତନ କରିବାକୁ ହେବ । ବାହାରେ ମିଳୁଥିବା ଛଣାଛଣି, ତେଲମସଲା, ଜଙ୍କ ଫୁଡକୁ ଛାଡିବାକୁ ହେବ । ଘରେ ପ୍ରସ୍ତୁତ କରି ଘରୋଇ ସାଦାଖାଇବା ଖାଇବାକୁ ପଡିବ । ଖାଦ୍ୟରେ ବେଶି ପନିପରିବା ଓ ପୋଷଣରେ ଭରପୁର ଖାଦ୍ୟକୁ ସାମିଲ କରିବାକୁ ହେବ । ପ୍ରତିଦିନ ବ୍ୟାୟାମ ସହିତ ଖେଳକୁଦକୁ ସାମିଲ କରିବାକୁ ପଡିବ । ନିଜର ସ୍କ୍ରିନ ଟାଇମ୍କୁ କମାଇବାକୁ ହେବ । ଅଧିକ ସମୟ ଘରେ କିମ୍ବା ଗ୍ୟାଜେଟ୍ ସାମନାରେ ନକାଟି ହାଲୁକା ଫୁଲୁକା ବ୍ୟାୟାମ କରିବାକୁ ହେବ । ଡାକ୍ତରଙ୍କ ପରାମର୍ଶରେ ନିଜର ଦୈନନ୍ଦିନ ଜୀବନର ରୁଟିନ ସେଟ୍ କରିଲେ ଆମେ ସୁରୁଖୁରୁରେ ମେଦବହୁଳତାରୁ ମୁକ୍ତି ପାଇ ପାରିବା ।

Govt
Leave A Reply

Your email address will not be published.