ମେଟ୍ରୋରେ ହ୍ରିତିକ୍‌

ବଲିଉଡ୍‌ର ହ୍ୟାଣ୍ଡ୍‌ସମ୍‌ ହଙ୍କ୍‌ ହ୍ରିତିକ୍‌ ରୋଶନ୍‌ଙ୍କୁ ମୁମ୍ବାଇ ମୋଟ୍ରୋରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ସେ ଅନ୍ୟ ସାଧାରଣ ଲୋକଙ୍କ ଗହଣରେ ମେଟ୍ରୋରେ ଯାତ୍ରା କରିଛନ୍ତି । ଯାତ୍ରା ସମୟରେ ମେଟ୍ରୋରେ ଉପସ୍ଥିତ ଥିବା କେତେକ ଲୋକଙ୍କ ସହିତ ସେଲ୍‌ଫି ମଧ୍ୟ ନେଇଛନ୍ତି । ସ୍ୱୟଂ ହ୍ରିତିକ୍‌ ଏ ସମୟର କିଛି ସେଲ୍‌ଫି ଓ ଭିଡିଓକୁ ସୋସିଆଲ୍‌ ମିଡିଆରେ ସେୟାର କରିଥିବାବେଳେ ୟୁଜର୍ସ ହ୍ରିତିକ୍‌ଙ୍କର ଏହି ଭିନ୍ନ ନେଚର୍‌କୁ ଭରପୂର ପ୍ରଶଂସା କରିଛନ୍ତି । ଭିଡିଓରେ ହ୍ରିତିକ୍‌ ମେଟ୍ରୋ ଭିତରେ ଠିଆହୋଇଥିବାର ଦୃଶ୍ୟ ରହିଛି । ଏହି ସମୟରେ ସେ ବ୍ଲାକ ଟି’ସାର୍ଟକୁ ଡେନିମ୍‌ ଜିନ୍ସ ଓ କ୍ୟାପ୍‌ ପିନ୍ଧି କାଜୁଆଲ୍‌ ଲୁକ୍‌ରେ ନଜର ଆସିଥିଲେ । କାର୍ଯ୍ୟସ୍ଥଳୀକୁ ଯିବା ପାଇଁ ମେଟ୍ରୋ ନେଇଛନ୍ତି ବୋଲି ସେ ତାଙ୍କ ପୋଷ୍ଟର କ୍ୟା«ନ୍‌ରେ ଲେଖିଛନ୍ତି । ଏହାସହ ମେଟ୍ରୋରେ ତାଙ୍କର ଅନୁଭବ ଖୁବ୍‌ ସୁନ୍ଦର ଥିଲା ଏବଂ ଅନେକ ଗୁଡିଏ ଦୟାଳୁ ଲୋକଙ୍କ ସହିତ ତାଙ୍କର ଭେଟ ହେଲା ବୋଲି ମଧ୍ୟ ସେ ଲେଖିଛନ୍ତି । ସ୍ଥାନୀୟ ଲୋକେ ବି ତାଙ୍କୁ ଖୁବ୍‌ ଭଲ ପାଇବା ଦେଲେ ବୋଲି ସେ ଉଲ୍ଲେଖ କରିଛନ୍ତି । ତାଙ୍କର ଏହି ଭିଡିଓ ଦେଖି ଗର୍ଲଫ୍ରେଣ୍ଡ୍‌ ସବା ଆଜାଦ୍‌ଙ୍କ ସହିତ ତାଙ୍କ ବାପା ରାକେଶ ରୋଶନ୍‌ ଓ ମା’ ପିଙ୍କି ରୋଶନ୍‌ ମଧ୍ୟ କମେଣ୍ଟ ଦେଇଛନ୍ତି । ତେବେ ହ୍ରିତିକ୍‌ଙ୍କ ୱାର୍କଫ୍ରଣ୍ଟ୍‌ ବିଷୟରେ କହିବାକୁ ଗଲେ ତାଙ୍କୁ ଖୁବ୍‌ଶୀଘ୍ର ଫାଇଟର୍‌ରେ ଦେଖିବାକୁ ମିଳିବ । ଏଥିରେ ଦୀପିକା ପାଦୁକୋନ୍‌ ଓ ଅନୀଲ କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ

Comments are closed.