ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏ ଟଙ୍କା ଘୋଷଣା କ‌ଲେ ମହାରାଷ୍ଟ୍ର ସରକାର

ଜଳଗାଓଁ: ମହାରାଷ୍ଟ୍ରର ଜଲ୍‌ଗାଓଁ ଜିଲ୍ଲାରେ ବୁଧବାର ଟ୍ରେନ୍ ଧକ୍କାରେ ମୃତ୍ୟୁ ସଂଖ୍ୟା ୧୩ ଛୁଇଁଛି। ଟ୍ରେନ୍‌ରେ ନିଆଁ ଲାଗିଛି ବୋଲି ଏକ ଗୁଜବ ପ୍ରଚାରିତ ହେବା ପରେ ଭୟରେ ପୁଷ୍ପକ ଏକ୍ସପ୍ରେସ୍‌ର ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିବା ପରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍‌ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଦୁର୍ଘଟଣାରେ ୧୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ୭ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ଅଘଟଣ ଘଟିବା ପରେ ମହାର‌ାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ ଦୁଃଖ ପ୍ରକାଶ କରିଛନ୍ତି। ସେ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି। ଏଥିୁ ସହ ଆହତମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ପୁଷ୍ପକ ଏକ୍ସପ୍ରେସ୍‌ରେ ନିଆଁ ଲାଗିବାର ଗୁଜବ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ବିଶୃଙ୍ଖଳା ଭିତରେ କିଛି ଯାତ୍ରୀ ଜରୁରୀକାଳୀନ ଚେନ୍ ଟାଣି ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ସେମାନେ ସମାନ୍ତରାଳ ଟ୍ରାକ୍‌ରେ ଓହ୍ଲାଇବା ବେଳେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ପ୍ରକୃତ ସଂଖ୍ୟା ଓ ଆହତଙ୍କ ଅବସ୍ଥା ଯାଞ୍ଚ କରାଯାଉଛି ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Launching Ceremony of “AYUSHMAN BHARAT

Comments are closed.