ମୁମ୍ବାଇ: ମୁମ୍ବାଇରୁ ଥାଇଲାଣ୍ଡର ଫୁକେଟ୍ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ସନ୍ଧ୍ୟାରେ ବୋମା ଧମକ ଯୋଗୁଁ ଚେନ୍ନାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଏହି ବିମାନରେ ୧୭୬ ଜଣ ଯାତ୍ରୀ ଏବଂ ୬ ଜଣ ପରିଚାଳକ ଦଳ ସଦସ୍ୟ ଥିଲେ। ବିମାନ ଉଡ଼ାଣ ସମୟରେ ମୁମ୍ବାଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ଅଜଣା ଫୋନ୍ କଲ ଆସିଥିଲା, ଯେଉଁଥିରେ ବିମାନର ଶୌଚାଳୟରେ ବିସ୍ଫୋରକ ରହିଛି ଏବଂ ଏହା ଆକାଶରେ ବିସ୍ଫୋରଣ ହେବ ବୋଲି ଧମକ ଦିଆଯାଇଥିଲା।

Comments are closed.