କେନ୍ଦୁଝର : ସଶସ୍ତ୍ର ଡକାୟତି I ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର I ୬ ଜଣ ଡକାୟତ ଘରେ ପଶି ଗୃହ କର୍ତ୍ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଇଛନ୍ତି ୧୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସହିତ ନଗଦ ଟଙ୍କା I ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଉପକଣ୍ଠ ଟୁକୁଣା ଗ୍ରାମରେ I ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି I
ଘଟନାନୁସାରେ,ଗତକାଲି ବିଳମ୍ବିତ ରାତି ଗୋଟାଏ ବେଳେ ଟୁକୁଣା ଗାଁର ସୁନା ବେପାରୀ ପବିତ୍ର ଦାସଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି । ଝରକା ଗ୍ରୀଲ ତାଡି ଘର ଭିତରକୁ ପଶିଥିଲେ ୬ ଜଣ ଲୁଟେରା । ପ୍ରଥମେ ପବିତ୍ର ଓ ତାଙ୍କ ମୁଣ୍ଡରେ ବନ୍ଧୁକ ଏବଂ ପୁଅ ବେକରେ ଭୁଜାଲି ଲଗାଇ ମାରିଦେବାକୁ ଧମକ ଦେଇଥିଲେ I ଏହାପରେ ପବିତ୍ରଙ୍କୁ ଲକର ଖୋଲିବାକୁ କହି ୨୦୦ ଗ୍ରାମର ସୁନା ଓ ୬ କିଲୋରୁ ଊର୍ଦ୍ଧ୍ୱ ରୁପା ଅଳଙ୍କାର ନେଇ ଯାଇଥିଲେ। ଡକାୟତମାନେ ପବିତ୍ରଙ୍କ ପତ୍ନୀ ପିନ୍ଧିଥିବା ସୁନା ଚେନ୍, ହାର ଓ କାନ ଫୁଲ ନେଇଯାଇଥିଲେ। ଡକାୟତମାନେ ଲୁଟପାଟ କରି ଫେରାର ହେବାବେଳେ ଘରର ବାହାରପଟୁ ତଳ ଦେଇ ଯାଇଥିଲେ I ଅଭିଯୋଗ ପରେ ତଦନ୍ତ କରୁଛି ନନ୍ଦିପଦା ଥାନା ପୋଲିସ । ପବିତ୍ରଙ୍କର ଛେନାପଦି ଛକରେ ଗହଣା ଦୋକାନ ଅଛି। ପୂର୍ବରୁ ମଧ୍ୟ ପବିତ୍ର ଦାସଙ୍କ ଠାରୁ ୧୭ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବାବେଳେ ସେହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଜଣେ ହେଲେବି ଲୁଟେରା ଧରାପଡ଼ିନାହାନ୍ତି I
Comments are closed.