ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟକ୍ରମରେ ପୁଣି ଦାବି କରିଛନ୍ତି ଯେ ସେ ଚଳିତ ବର୍ଷ ଭାରତ-ପାକିସ୍ତାନ ସମେତ ୭ ଅନ୍ତର୍ଜାତୀୟ ସଂଘର୍ଷକୁ ବାଣିଜ୍ୟ ଚାପ ଦ୍ୱାରା ଅଟକାଇବାରେ ସକ୍ଷମ ହୋଇଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ପାଇଁ ସେ ନୋବେଲ୍ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ଟ୍ରମ୍ପ ଦୋହରାଇଛନ୍ତି। ସେ କହିଛନ୍ତି, ‘ଭାରତ ଓ ପାକିସ୍ତାନ କଥା ଭାବନ୍ତୁ। ମୁଁ ବାଣିଜ୍ୟ ଦ୍ୱାରା ସେମାନଙ୍କ ଯୁଦ୍ଧକୁ ରୋକିଥିଲି। ମୁଁ କହିଥିଲି, ଯଦି ଲଢ଼ିବ, ଆମେ ବାଣିଜ୍ୟ କରିବୁ ନାହିଁ। ସେମାନଙ୍କ ପାଖରେ ପରମାଣୁ ଅସ୍ତ୍ର ଅଛି, ସେମାନେ ମୋ କଥାରେ ଯୁଦ୍ଧରୋକିଦେଲେ।’ ଟ୍ରମ୍ପ ଦର୍ଶାଇଥିବା ଅନ୍ୟ ସଂଘର୍ଷ ଗୁଡ଼ିକ ହେଲା ଥାଇଲ୍ୟାଣ୍ଡ-କାମ୍ବୋଡିଆ, ଆର୍ମେନିଆ-ଆଜେରବାଇଜାନ, ଇସ୍ରାଏଲ-ଇରାନ ଓ ରୱାଣ୍ଡା-କଂଗୋ । ଟ୍ରମ୍ପ ତାଙ୍କ ‘ଆମେରିକା ପ୍ରଥମ’ ନୀତିରେ ବାଣିଜ୍ୟକୁ କୂଟନୀତି ଅସ୍ତ୍ର ଭାବେ ବ୍ୟବହାର କରିବା ସହ ଯେନତେନ ପ୍ରକାରେ ନୋବେଲ ଶାନ୍ତି ପୁରସ୍କାର ହାସଲ ପାଇଁ ଅଭୂତପୂର୍ବ ପ୍ରୟାସ ଚଳାଇଛନ୍ତି ।

Comments are closed.