ମିଜୋରାମରେ ୧.୩ କେଜି ହେରୋଇନ୍ ଜବତ

ନୂଆଦିଲ୍ଲୀ: ମିଜୋରାମରେ ଡ୍ରଗ୍ସ କାରବାର ବୃଦ୍ଧି ପାଇବାରେ ଲାଗିଛି। ଡ୍ରଗ୍ସ ଚୋରା ଚାଲାଣ ରୋକିବାକୁ ଜୋଖାଓଥାର ନିକଟ ବିଶ୍ବ ବ୍ୟାଙ୍କ ରୋଡ୍‌ରେ ମଙ୍ଗଳବାର ଆସାମ ରାଇଫଲ୍ସ ଯବାନ ଏକ ଅପରେସନ ବେଳେ ସନ୍ଦିଗ୍ଧ ଭାବେ ବୁଲାବୁଲି କରୁଥିବା ତିନିଜଣଙ୍କୁ ଧରିଛନ୍ତି। ସେମାନଙ୍କୁ ପଚରାଉଚରା ପରେ ତଲାସି ନିଆଯାଇଥିଲା। ସେମାନଙ୍କ ନିକଟରୁ ୧.୩୭୭ କିଲୋଗ୍ରାମ୍ ହେରୋଇନ୍ ଜବତ କରାଯାଇଛି, ଯାହାର ମୂଲ୍ୟ ପାଖାପାଖି ୧୧.୪୦ ‌ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ସନ୍ଦିଗ୍ଧ ଜାରଜୋସାଙ୍ଗା, ଯୋଶେଫ ଲାଲମୁଆସଙ୍ଗା ଓ ମାଲସ୍ବାମକିମିଙ୍କୁ ଜବତ ଡ୍ରଗ୍ସ ସହିତ ସୀମା ଶୁଳ୍କ ତଥା ନାର୍କେଟିକ୍ସ ବିଭାଗକୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଚଳିତ ମାସ ୧୨ ତାରିଖରେ ଆସାମ ରାଇଫଲ୍ସ ଯବାନମାନେ ୭.୧୧ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଏଠାରୁ ଜବତ କରିଥିଲେ।

Launching Ceremony of “AYUSHMAN BHARAT

Comments are closed.