ନୂଆଦିଲ୍ଲୀ: ଖୁବ୍ଶୀଘ୍ର ମା’ ବାପା ହେବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ ଏବଂ ଭିକ୍କି କୌଶଲ। ସାମାଜିକ ଗଣମାଧ୍ୟମରେ ଉଭୟ କାଟ୍ରିନା ଏବଂ ଭିକ୍କି ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହା ସେମାନଙ୍କ ଜୀବନର ସବୁଠାରୁ ଉତ୍ତମ ଅଧ୍ୟାୟ ବୋଲି ସେମାନେ କହିଛନ୍ତି। ‘ଏକ୍ସ’ରେ ଏହି ଖବର ଦେବା ପରେ ବିଭିନ୍ନ ମହଲରୁ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଥିଲା। ଜାହ୍ନବୀ କପୁର, ଜୋୟା ଅଖତାର, ଭୂମି ପେଦନେକର, ଆୟୁଷ୍ମାନ ଖୁରାନା, ସିଦ୍ଧାନ୍ତ ଚର୍ତୁବେଦୀ ପ୍ରମୁଖ ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବରରେ କ୍ୟାଟ୍ରିନା ଓ ଭିକ୍କି ବିବାହ କରିଥିଲେ। ସେବେଠାରୁ ସେମାନେ ବଲିଉଡର ଏକ ଚର୍ଚ୍ଚିତ ଯୋଡ଼ି ହୋଇ ରହିଛନ୍ତି। ଏବେ କ୍ୟାଟ୍ରିନା ଗର୍ଭବତୀ ଖବର ସେମାନଙ୍କ ସମ୍ପର୍କକୁ ଅଧିକ ମଜଭୁତ କରିଛି।

Comments are closed.