ନୂଆଦିଲ୍ଲୀ: ମାଳଦ୍ବୀପର ନୂତନ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଶପଥ ଗ୍ରହଣ କରିବାର ଦିନକ ପରେ ଶନିବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଇଜୁ କହିଛନ୍ତି, ମାଳଦ୍ବୀପରୁ ସାମରିକ ଉପସ୍ଥିତି ପ୍ରତ୍ୟାହାର ପାଇଁ ସେ ଭାରତକୁ ଆନୁଷ୍ଠାନିକଭାବେ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ରାଷ୍ଟ୍ରପତି ମୁଇଜୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବା ପରେ ସେ ଏହି ଅନୁରୋଧ କରିଥିଲେ। ମୁଇଜୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଭୂ-ବିଜ୍ଞାନ ମନ୍ତ୍ରୀ ରିଜିଜୁ ମାଳଦ୍ବୀପ ଯାଇଥିଲେ। ମାଳଦ୍ବୀପରେ ଏବେ ଭାରତର ପ୍ରାୟ ୭୦ ଜଣ ସୈନିକ ଅଛନ୍ତି। ସେମାନେ ସେଠାରେ ରାଡାର ଓ ସର୍ଭେଲାନ୍ସ ବିମାନର ପରିଚାଳନାରେ ନିୟୋଜିତ ଅଛନ୍ତି। ଭାରତୀୟ ଯୁଦ୍ଧ ଜାହାଜ ମଧ୍ୟ ମାଳଦ୍ବୀପର
ଅର୍ଥନୈତିକ କ୍ଷେତ୍ରରେ ପାଟ୍ରୋଲିଂ କରିବାରେ ସାହାଯ୍ୟ କରିଥାଏ। ଦୁର୍ଗମ ଦ୍ବୀପରେ ସମସ୍ୟାରେ ଥିବା ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଏବଂ ଚିକିତ୍ସା ପାଇଁ ରୋଗୀମାନଙ୍କୁ ସ୍ଥାନାନ୍ତର କରିବାରେ ମଧ୍ୟ ଏହି ବିମାନଗୁଡ଼ିକ ସାହାଯ୍ୟ କରିଥାଏ। ରାଷ୍ଟ୍ରପତି ମୁଇଜୁ ଭାରତୀୟ ହେଲିକପ୍ଟର ଓ ବିମାନର ଏହି ଅବଦାନକୁ ସ୍ୱୀକାର କରିଛନ୍ତି।

Comments are closed.