ଭୁବନେଶ୍ୱର : ଜୁନ ୧୨:ରଜ ପାଇଁ ହାଉଜାଉ । ମାନିଲେନି ସାମାଜିକ ଦୂରତା । ଫଳସ୍ୱରୂପ ସିଲ୍ ହୋଇଛି ଭୁବନେଶ୍ୱର ମାର୍କେଟ୍ ବିଲଡିଂ। ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ । ରଜ ବଜାରରେ ସାମାଜିକ ଦୂରତା ରକ୍ଷା ପାଇଁ ବାରମ୍ବାର ସତର୍କ କରାଯିବା ସତ୍ତେ୍ୱ ଶୁକ୍ରବାର ମାର୍କେଟ ବିଲଡିଂରେ ହୋଇଥିଲା ପ୍ରବଳ ଜନଗହଳି । ଦୋକାନ ଗୁଡ଼ିକରେ ଅସମ୍ଭବ ଭିଡ଼ ସାଙ୍ଗକୁ ସାମାଜିକ ଦୂରତା ତ ଦୂରର କଥା ଜିନିଷପତ୍ର କିଣିବା ପାଇଁ ଏକ ପ୍ରକାର ଲାଗିଥିଲା ପ୍ରତିଦ୍ୱନ୍ଦିତା । ଖୋଲା ଖୋଲି ଉଲ୍ଲଘଂନ ହୋଇଥିଲା କୋଭିଡ ନିୟମ । ଏହାକୁ ନେଇ ବିଏମ୍ସିର ଜୋନାଲ ଡେପୁଟି କମିଶନର ମାର୍କେଟକୁ ସିଲ୍ କରିଛନ୍ତି । ଶୁକ୍ରବାର ରଜ କିଣାବିକା ନେଇ ରାତ୍ରୀକାଳୀନ କର୍ଫ୍ୟୁକୁ ସାମାନ୍ୟ କୋହଳ କରିଥିଲେ ରାଜ୍ୟ ସରକାର । ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରାଯାଇଥିଲା । ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରେ କର୍ଫ୍ୟୁ ଲାଗୁ କରାଯିବ ବୋଲି କୁହାଯାଇଥିଲା । କି;ୁ ରଜ କିଣା ସମୟରେ ମାର୍କେଟ ବିଲଡିଂରେ ଉଦ୍ଭବ ପରିସ୍ଥିତି ପାଇଁ ମାର୍କେଟକୁ ସିଲ୍ କରିବା ପାଇଁ ବିଏମ୍ସି ବାଧ୍ୟ ହୋଇଥିଲା । ମାର୍କେଟ ବିଲଡିଂ ସିଲ୍ ନେଇ ଜେଡିସି ଅଂଶୁମାନ ରଥ କହିଛନ୍ତି ଯେ, ମାର୍କେଟ ବିଲଡିଂକେବଳ ଶୁକ୍ରବାର ଦିନକ ପାଇଁ ସିଲ୍ କରାଯାଇଛି । ଶନିବାର, ରବିବାର ସଟ୍ ଡାଉନ୍ ରହୁଥିବାରୁ ସୋମବାର ଦିନ ପରିସ୍ଥିତି ଦେଖି ପରବର୍ତ୍ତିି ନିଷ୍ପତ୍ତି ନିଆଯିବ । ଏକ ନମ୍ବର ହାଟକୁ ମଧ୍ୟ ଅନୁରୂପ କାରଣ ପାଇଁ ସିଲ୍ କରାଯାଇଛି ।

Comments are closed.