ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ : ଶ୍ରୀମନ୍ଦିରରେ ମହପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ। ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି। ବଡ଼ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ପାଖାପାଖି ଘଣ୍ଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ,ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ ଯଦି କେହି ସେବାୟତ କି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବଶତଃ ଶରୀରରୁ ରକ୍ତ ପଡେ କିମ୍ବା ଛୋଟ ଛୁଆ, ବୃଦ୍ଧ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ଏହାପରେ ଠାକୁରଙ୍କର ମହାସ୍ନାନ କରାଯାଇଥାଏ ।

ଜଗନ୍ନାଥଙ୍କ ଏହି ସ୍ନାନ ୬ ପ୍ରକାର । ଯଥା – ମହାସ୍ନାନ, ଛୁଆଁ ମହାସ୍ନାନ, ପର୍ବତିଆ ମହାସ୍ନାନ, ପାହାଡ ଉଠା ମହାସ୍ନାନ, ବଡ଼ ମହାସ୍ନାନ, ଯାତ୍ରାଙ୍ଗୀ ମହାସ୍ନାନ ।

Launching Ceremony of “AYUSHMAN BHARAT

Comments are closed.