ସମ୍ବଲପୁର : ମହାନଦୀକୁ ଡେଇଁ ଉଦ୍ଧାର ହେଲେ ନିଖୋଜ ବ୍ୟକ୍ତି । ଉଦ୍ଧାର ବ୍ୟକ୍ତି ଜଣକ ହେଲେ ସମ୍ବଲପୁର ସୁନାପାଲୀ ଅଞ୍ଚଳର ସନ୍ତୋଷ ତାଣ୍ଡି । ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ନଦୀକୁ ଡେଇଁ ଭାସି ଯାଉଥିବା ବଳେ ସେ ଏକ ଘାସ ବୁଦାରେ ଲାଗି ଯାଇଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଯାଇ ଉଦ୍ଧାର କରିଥିଲେ ।
ସୂଚନାନୁସାରେ,ପାରିବାରିକ କଳହ ପରେ ଗତକାଲି ରାତି ୧୦.୩୦ ଟା ସମୟରେ ସନ୍ତୋଷ ମହାନଦୀ ଦ୍ଵିତୀୟ ସେତୁ ଉପରୁ ଡେଇଁ ନିଖୋଜ ହୋଇଯାଇଥିଲେ । ରାତି ଅଧିକ ଥିବାରୁ ତାଙ୍କୁ ଖୋଜିବା ସମ୍ଭବ ହୋଇ ନଥିଲା I ତେଣୁ ଅଗ୍ନିଶମ ବାହିନୀର ସହାୟତା ନିଆଯାଇଥିଲା । ତେବେ ରାତି ପ୍ରାୟ ଗୋଟାଏ ସମୟରେ ସନ୍ତୋଷ ଭାସି ଯାଇ ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସ ବୁଦାରେ ଲାଗି ଯାଇଥିଲେ l ସ୍ଥାନୀୟ ଲୋକେ ପାଟି ଶୁଣି ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
Comments are closed.