ମହାକୁମ୍ଭ‌ ମେଳାରେ ଅସମ୍ଭାଳ ଭିଡ଼, ପ୍ରୟାଗରାଜଠାରୁ ୨୫ କିମି ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌

ପ୍ରୟାଗରାଜ: ପ୍ରୟାଗରାଜରେ ମହାକୁମ୍ଭ ମେଳ ଅବସରରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଭିଡ଼ ଯୋଗୁଁ ପ୍ରୟାଗରାଜକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ପାଖାପାଖି ୨୫ କିମି ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ଦେଖିବାକୁ ମିଳିଛି। ଗତକାଲି ରାତି ଠାରୁ ପ୍ରୟାଗରାଜକୁ ସଂଯୋଗ ରାସ୍ତାଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଗାଡ଼ିମୋଟର ଅଟିକି ରହିଥିଲା। ପୁଲିସ ତ୍ବରିତ ପଦକ୍ଷେପ ନେଇ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ କରିଥିଲା। ସେହିଭଳି ମୋଗଲସରାଇର ପଣ୍ଡିତ ଦୀନଦୟାଲ୍‌ ଉପାଧ୍ୟାୟ ଜଙ୍କ୍‌ସନ୍‌ରେ ମଧ୍ୟ ଅସମ୍ଭବ ଭିଡ଼ ଦେଖାଯାଇଥିଲା। ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଓ ଆସାମ ଆଦି ଉତ୍ତର-ପୂର୍ବ ରାଜ୍ୟରୁ ଲକ୍ଷାଧିକ ଭକ୍ତ ଟ୍ରେନ୍‌ ନିମନ୍ତେ ଅପେକ୍ଷା କରିଥିଲେ। ପ୍ରୟାଗରାଜ ମହାକୁମ୍ଭ ମେଳା ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ, ଜାନୁଆରୀ ୧୩ ଠାରୁ ଆରମ୍ଭ ହୋଇଥିବା ଏହି ମେଳାରେ ଆଜି ସୁଦ୍ଧା ତ୍ରିବେଣୀ ସଂଗମରେ ୬୦ କୋଟି ଶ୍ରଦ୍ଧାଳୁ ‘ଅମୃତ ସ୍ନାନ’ କରିଛନ୍ତି। ଫେବ୍ରୁଆରି ୨୬ ଅନ୍ତିମ ଅମୃତ ସ୍ନାନ ବେଳକୁ ଏହି ସଂଖ୍ୟା ୬୫ କୋଟି ଟପିବା ଅନୁମାନ କରାଯାଉଛି ବୋଲି ପ୍ରେସ୍‌ ବିବୃତିରେ କୁହାଯାଇଛି।

Launching Ceremony of “AYUSHMAN BHARAT

Comments are closed.