କୋରାପୁଟ : କୋରାପୁଟରେ ଚାଞ୍ଚଲ୍ୟ I ଘର ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ପୂଜକଙ୍କ ମୃତଦେହ ଉଦ୍ଧାର କରାଯାଇଛି I ଗତ ରାତିରେ କୋରାପୁଟର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ମନ୍ଦିର ପଛପଟେ ଘରେ ରହୁଥିବା ପୂଜକ ରମେଶ ଚନ୍ଦ୍ର ତ୍ରିପାଠୀଙ୍କୁ କେହି ଜଣେ ହତ୍ୟା କରିଛି I ଘରର ଜିନିଷପତ୍ର ଏଣେତେଣେ ବିଛାଡ଼ି ହୋଇ ପଡିଥିବାର ଦେଖାଯାଇଥିଲା I ଘର ଭିତରେ ପୂଜକଙ୍କ ସହିତ ହତ୍ୟାକାରୀର ଧସ୍ତାଧସ୍ତି ହୋଇଥିବା ଭଳି ଜଣା ପଡୁଥିବାବେଳେ ଏପର୍ଯ୍ୟନ୍ତ ସଠିକ କାରଣ ଜଣାପଡି ନାହିଁ I ଖବର ପାଇ ଘଟଣାସ୍ଥଳରେ କୋରାପୁଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି।
ସୂଚନାନୁସାରେ,କିଛି ବର୍ଷ ପୂର୍ବରୁ ରମେଶଙ୍କ ସ୍ତ୍ରୀ ଓ ପୁଅଙ୍କର ମୃତ୍ୟୁ ଘଟିଛି। ତାଙ୍କର ଏକ ମାତ୍ର ଝିଅର ବିବାହ ହୋଇଯାଇଛି। ରମେଶ ଘରେ ଏକୁଟିଆ ରହୁଥିଲେ।
Comments are closed.