ବେଙ୍ଗାଲୁରୁ : ସରକାର ଗଠନର ସପ୍ତାହକ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ସିଦ୍ଦରମେୟା ଆଜି ମନ୍ତ୍ରିମଣ୍ଡଳରେ ୨୪ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି। ଶନିବାର ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଧାୟକମାନେ ହେଉଛନ୍ତି ଦିନେଶ ଗୁଣ୍ଡୁ ରାଓ, କ୍ରୀଷ୍ଣା ବାୟର ଗୌଡ଼ା, ଈଶ୍ବର ଖଣ୍ଡରେ, ରହିମ ଖାନ, ସନ୍ତୋଷ ଲାଡ଼, କେଏନ୍ ରଜନ୍ନ , କେ ଭେଙ୍କଟେଶ, ଏଚ୍ସି ମହାଦେବପ୍ପା, ବିରାଠି ସୁରେଶ, ଶିବରାଜ ତଙ୍ଗଦି, ଆର ବି ତିମପୁର, ବି ନାଗେନ୍ଦ୍ର, ,ଲକ୍ଷ୍ମୀ ହେବ୍ବଲକର, ମଧୁ ବଙ୍ଗରପ୍ପା, ଡି ସୁଧାକର, ଚେଲୁଭରୟା ସ୍ବାମୀ, ମନକୁଲ ବୈଦ୍ୟ ଏବଂ ଏମସି ସୁଧାକର। ଉକ୍ତ ୨୪ ଜଣଙ୍କ ମଧ୍ୟରୁ ୯ ଜଣ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି। ଜଣେ ମହିଳା ମନ୍ତ୍ରୀ ଅଛନ୍ତି। ୬ ଜଣ ଭୋକ୍କାଲିଗା ଏବଂ ୮ ଜଣ ଲିଙ୍ଗାୟତ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ଏସ୍ସିରୁ ୩ ଜଣ, ଏସ୍ଟିରୁ ୨ ଜଣ ଏବଂ ଓବିିସିରୁ ୫ ଜଣ ମନ୍ତ୍ରୀ ହୋଇଛନ୍ତି।

Comments are closed.