ମନେପଡେ , ପ୍ରେରଣା ଥିଲେ ଶ୍ରୀଦେବୀ

କରୀଶ୍ମା କପୁର ବିଟାଉନ୍‌ର ଜଣେ ପରିଚିତ ଚେହେରା । ଏହି ହିଟ୍‌ ନାୟିକା ତାଙ୍କ ଫ୍ୟାନଙ୍କୁ ଅନେକ ବ୍ଲକ୍‌ ବଷ୍ଟର ଫିଲ୍ମ ଭେଟି ଦେଇଛନ୍ତି । ତେବେ କରୀଶ୍ମା ନିକଟରେ ନିଜର ପ୍ରେରଣାଙ୍କୁ ନେଇ କଥା ହୋଇଛନ୍ତି । ବିଟାଉନ୍‌ରେ ସେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଠାରୁ ଅନେକ କିଛି ଶିଖିଥିବା ପ୍ରକାଶ କରିଛନ୍ତି । ପିଲାଦିନେ ତାଙ୍କର ପ୍ରେରଣା ଶ୍ରୀଦେବୀ ଥିବା ସେ ପ୍ରକାଶ କରିଛନ୍ତି । ଶ୍ରୀଦେବୀଙ୍କ ଫିଲ୍ମ ଦେଖି ସେ ବଡ ହେବା ସହିତ ତାଙ୍କ ଅଭିନୟରେ ପ୍ରଭାବିତ ହୋଇ ଇଣ୍ଡଷ୍ଟ୍ରୀକୁ ଆସିଥିଲେ ବୋଲି କରୀଶ୍ମା ପ୍ରକାଶ କରିଛନ୍ତି । ଶ୍ରୀଦେବୀ ଅଭିନୟ କରିଥିବା ସମସ୍ତ ଚରିତ୍ର ସବୁବେଳେ ବେଶ୍‌ ଜୀବନ୍ତ ହୋଇଥାଏ । ତାଙ୍କ ଅଭିନୟରେ ଏକ ପ୍ରକାର ଯାଦୁ ଥାଏ, ଯାହା ଦର୍ଶକଙ୍କ ସହିତ ତାଙ୍କ ସାଥୀ ଅଭିନେତାଙ୍କୁ ମଧ୍ୟ ବାନ୍ଧି ରଖିଥାଏ । ସେ କେବଳ କରୀଶ୍ମା ନୁହେଁ ଅନେକଙ୍କ ପାଇଁ ପ୍ରେରଣା । ଅନେକ ତାଙ୍କୁ ଦେଖି ଅଭିନୟ ଶିଖିବା ସହିତ ଏହି ଇଣ୍ଡଷ୍ଟ୍ରୀରେ ଯୋଗଦେଇଥିବା କରୀଶ୍ମା ପ୍ରକାଶ କରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.