ମନେପଡେ …. ଖୁସି ଦେଇଥାଏ ଫ୍ୟାଶନ

0

ସୋନମ କପୁର ସବୁବେଳେ ନିଜ ଫ୍ୟାଶନ ଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ଷ୍ଟାଇଲ ପାଇଁ ଫ୍ୟାନଙ୍କର ସେ ଖୁବ ପ୍ରିୟ । ଅନେକ ଫ୍ୟାନ ତାଙ୍କ ଫ୍ୟାଶନକୁ ସବୁବେଳେ ଫଲୋ କରନ୍ତି । ତାଙ୍କର କାଜୁଆଲ ଆପିଅରାନ୍ସ ଠାରୁ ଆରମ୍ଭ କରି ରେଡ କାର୍ପେଟ ଲୁକ ସବୁ ଚର୍ଚ୍ଚାରେ ରହିଥାଏ । ନିକଟରେ ନିଜର ବି-ଟାଉନ ଡେବ୍ୟୁ ସମୟର ଫ୍ୟାଶନକୁ ନେଇ ମନ ଖୋଲି କଥା ହୋଇଛନ୍ତି । ସେ ସମୟରେ ରେଡ କାର୍ପେଟ ଲୁକ୍‌ ବୋଲି କିଛି ନଥିଲା । ତାଙ୍କର ବିଟାଉନ୍‌ରେ ଏଣ୍ଟ୍ରି ପଛର କାରଣ ଅଭିନୟ ଯେତିକି ଫ୍ୟାଶନ ମଧ୍ୟ ସେତିକି ବୋଲି ସୋନମ ତାଙ୍କ ଷ୍ଟେଟମେଣ୍ଟରେ କହିଛନ୍ତି । ତାଙ୍କ ମା’ ଫ୍ୟାଶନ ସହିତ ଜଡିତ ଥିଲେ ତେଣୁ ପିଲାଦିନୁ ତାଙ୍କୁ ଫ୍ୟାଶନେବଲ ରହିବାକୁ ଭଲ ଲାଗିଥାଏ । ଫ୍ୟାଶନ ସବୁବେଳେ ତାଙ୍କୁ ଖୁବ ଆନନ୍ଦ ପ୍ରଦାନ କରିଥାଏ ବୋଲି ସୋନମ କହିଛନ୍ତି । ଛୋଟ ପିଲାବେଳୁ ତାଙ୍କର ଫ୍ୟାଶନ ପାଇଁ କ୍ରେଜ ଥିବା ସେ ଏହି ସାକ୍ଷାତକାରରେ କହିଛନ୍ତି ।

Govt
Leave A Reply

Your email address will not be published.