ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଥା (ସିବିଆଇ) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଦିଲ୍ଲୀ ହାଇକୋର୍ଟରେ ଆଜି କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ସିବିଆଇ ଏହି ଚାର୍ଜସିଟ୍ ଦାଖଲ କରିଛି। ଏଥିରେ କେଜ୍ରିଓ୍ୱାଲଙ୍କୁ ସିବିଆଇ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି। ଏଜେନ୍ସି କହିଛି ଯେ ଆପ୍ ପୂର୍ବତନ ମିଡିଆ ଦାୟିତ୍ୱରେ ଥିବା ତଥା କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଜୟ ନାୟାର ଅନେକ ମଦ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ଥିଲେ। ଉଲ୍ଲେଖଯୋଗ୍ୟ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରଥମେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କେଜ୍ରିୱାଲଙ୍କୁ ଗିରଫ କରି୍ଥିଲା। ଏହାପରେ ଜେଲ୍ରେ ଥିବା କେଜ୍ରିୱାଲଙ୍କୁ ସିବିଆଇ ମଦ ଦୁର୍ନୀତି ମାମଲାରେ ଗିରଫ କରିଥିଲା।
Comments are closed.