ମଣିପୁରରେ ଭୟଙ୍କର ହିଂସା, ପାହାଡ଼ ଉପରୁ ଜନବସତିକୁ ରକେଟ୍‌ ମାଡ଼

ଇମ୍ଫାଲ: ମଣିପୁର ହିଂସା ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି। ଉଗ୍ରପନ୍ଥୀମାନେ ପୁଣି ଆକ୍ରମଣ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀକୁ ଚ୍ୟାଲେଂଜ କରି ଉଗ୍ରପନ୍ଥୀମାନେ ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ବୋମା ବିସ୍ଫୋରଣ କରିଛନ୍ତି। ବିସ୍ଫୋରଣରେ ଏକ କମ୍ୟୁନିଟି ହଲ୍‌ ଏବଂ ଏହା ସଂଲଗ୍ନ ଆଉ ଏକ ଘର ଧ୍ବସ୍ତ ହୋଇଯାଇଛି। ଆକ୍ରମଣକାରୀ ଚୁରାଚାନ୍ଦପୁର ପର୍ବତ ଉପରୁ ନିକଟସ୍ଥ ଅଞ୍ଚଳକୁ ମଧ୍ୟ ଘନଘନ ରକେଟ୍‌ ମାଡ଼ କରିଛନ୍ତି। ଇମ୍ଫାଲଠାରୁ ୪୫ କିମି ଦୂର ଟ୍ରଙ୍ଗଲାଓବିର ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ରକେଟ୍‌ ମାଡ଼ ହୋଇଛି। ପୁଲିସ ଅନୁମାନ କରୁଛି ଯେ ୩ କିମି ଦୂର ପର୍ଯ୍ୟନ୍ତ ରକେଟ୍‌ ଯାଇଛି। ଉଗ୍ରପନ୍ଥୀଙ୍କ ନିକଟରେ ଅଚାନକ ବହୁ ସଂଖ୍ୟାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ରକେଟ୍‌ ଲଞ୍ଚର ପହଞ୍ଚିଥିବାରୁ ଏ ବାବଦରେ ମଧ୍ୟ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି। ଦୁଇଦିନ ତଳେ ଉଗ୍ରପନ୍ଥୀମାନେ ସୁରକ୍ଷା ବାହିନୀ ଏବଂ ମୈତେୟୀ ସଂପ୍ରଦାୟକୁ ଟାର୍ଗେଟ୍‌ କରିବା ପାଇଁ ଡ୍ରୋନ୍‌ରୁ ବୋମାମାଡ଼ କରିଥିଲେ ।

Govt

Comments are closed.