ଭୁବନେଶ୍ୱର: ମେ ୩୧:କରୋନା ମୁକାବିଲା ପାଇଁ କିଟ୍ ମଗାଇଥିଲେ ଓଡିଶା ଔଷଧ ନିଗମ । ଅର୍ଡର ଅନୁସାରେ ମାଲ ବି ପହଞ୍ଚିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହାକୁ ଗ୍ରହଣ କରୁନାହାନ୍ତି ରାଜ୍ୟସରକାର । ଫଳରେ ୪୦ଟି ପିପିଇ କିଟ୍ ବୋଝେଇ ଟ୍ରକ୍ ଓଡିଶା ରାଜ୍ୟ ଔଷଧ ନିଗମ ପଣ୍ୟାଗାର ନିକଟରେ ଅଟକି ରହିଛି । ନିଗମ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରିବା ପାଇଁ ରାଜି ହେଉନଥିବାରୁ କିଟ୍ ପଠାଇଥିବା ଏସ୍ଏମ୍ସିଏଲ୍ ଏଥିପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ଓଏସ୍ଏମ୍ସିଏଲ୍ ଓୟାର ହାଉସ ଆଗରେ ପ୍ରାୟ ୪୦ ଟ୍ରକ୍ ପିପିଇ କିଟ୍ ବୋଝେଇ ଟ୍ରକ୍ ଅଟକି ରହିଛି । ଓଏସ୍ଏମ୍ସିଏଲ୍ କର୍ତ୍ତୃପକ୍ଷ ଏସବୁ ସାମଗ୍ରୀକୁ ଗ୍ରହଣ କରିବାକୁ ମନା କରୁଥିବାରୁ ଅସୁବିଧାରେ ପଡ଼ିଛନ୍ତି ପିପିଇ କିଟ୍ ପଠାଇଥିବା କମ୍ପାନୀ । ଏହି କମ୍ପାନୀଗୁଡ଼ିକ କରିଥିବା ଅଭିଯୋଗ ଅନୁସାରେ, ରାଜ୍ୟ ସରକାର ଜୁଲାଇ ପର୍ଯ୍ୟନ୍ତ ଅର୍ଡର ଧାର୍ଯ୍ୟ କରିଥିଲେ । କି;ୁ ଏବେ ମେ ମାସରୁ ଏହାକୁ ବନ୍ଦ କରିଦେଛନ୍ତି । ଫଳରେ ପିପିଇ କିଟ୍ ଆଣିଥିବା ପ୍ରାୟ ୪୦ ଟ୍ରକର ଡ୍ରାଇଭର ୮ ,୧୦ ଦିନ ହେବ ଗାଡ଼ି ସହ ଏସ୍ଏମ୍ସିଏଲ୍ ଓୟାର ହାଉସ ଆଗରେ ଅଟକି ରହିଛି । ରାଜ୍ୟରେ ଏବେ ପିପିଇ କିଟ୍ ଓ ମାସ୍କ୍ ମହଜୁଦ୍ ଥିବାରୁ ମେ ୨୬ ପରେ ଆସୁଥିବା ମାଲ ଉପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।

Comments are closed.