ଦିଲ୍ଲୀ: ସେପ୍ଟେମ୍ବର ୧: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ଗ୍ଲାମରସ୍ ଅନ୍ଦାଜ ପାଇଁ ସବୁଆଡେ ପରିଚିତ । ମିସ୍ ୱାଲïର୍ ଜିତିଥିବା ପିସି ନିଜ କ୍ୟାରିୟରରେ ଅନେକ ସଫଳତା ପାଇସାରିଛନ୍ତି । ନିଜ ପାଇଁ ବଲିଉଡ୍ ସହ ହଲିଉଡ୍ରେ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି । ବଲିଉଡ୍ର ଦେଶୀ ଗର୍ଲରୁ ହଲିଉଡ୍ ଡିବା ବନିସାରିଛନ୍ତି । ସେହିଭଳି ପୁଣି ଥରେ ମନୋରଞ୍ଜନ ଜଗତର ପରିଚିତ ମାଗାଜିନ୍ ‘ଭୋଗ୍’ ପାଇଁ ସେ ଫଟୋ ସୁଟ୍ କରିଛନ୍ତି । ତେବେ ଏହା ପ୍ରିୟଙ୍କାଙ୍କର ଭୋଗ୍ ନିମନ୍ତେ ୧୧ତମ ଫଟୋସୁଟ୍ । ପୁଣିଥରେ ମାଗାଜିନ୍ର କଭରରେ ନଜର ଆସିବେ ଷ୍ଟାଇଲିସ୍ ପିସି । ଏଥିରେ ପିନ୍ଧିଥିବା ଆଉଟ୍ ଫିଟ୍ରେ ପ୍ରିୟଙ୍କା ବେଶ୍ ଗ୍ଲାମରସ୍ ଲାଗୁଛନ୍ତି । ଏହାସହିତ ସେ ଜୁଏଲାରୀ କମ୍ପାନୀ ବଭଲଗରିର ବ୍ରାଣ୍ଡଆମ୍ବାସେଡର ମଧ୍ୟ ଚୟନ ହୋଇଛନ୍ତି । ପ୍ରିୟଙ୍କା ନିଜର ଫଟୋସୁଟ୍କୁ ନେଇ ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି । ସେହିଭଳି ନିକଟରେ ପ୍ରିୟଙ୍କାଙ୍କର କେତୋଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ବର୍ତ୍ତମାନ ସ୍ୱାମୀ ନିକ୍ଙ୍କ ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି । ତେବେ ଫଟୋକୁ ନେଇ ପ୍ରିୟଙ୍କାଙ୍କ ସମ୍ପର୍କୀୟ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର କମେଣ୍ଟ ବେଶ୍ ଟ୍ରେଣ୍ଡରେ ରହିଥିଲା । ସେହିଭଳି ପ୍ରିୟଙ୍କାଙ୍କର ଆଗକୁ ‘ମେଟ୍ରିକ୍ସ ୪’ରେ ନଜର ଆସିବେ ।

Comments are closed.