ସମ୍ବଲପୁର : ବୁର୍ଲା ଭିସୁଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ପିସି ବ୍ରିଜ ତଳୁ ଉଦ୍ଧାର ହେଲା ମୃତଦେହ । ମୃତଛାତ୍ର ହେଉଛନ୍ତି ଅଞ୍ଜନେୟ ଦାଶ । ତାଙ୍କ ଘର ଯାଜପୁର । ସେ ମେକାନିକାଲ ଇଂଜିନିୟରିଂ ଶେଷ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି । ତେବେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପ୍ରଥମେ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଥିଲା। ବର୍ତ୍ତମାନ ଛାତ୍ରଙ୍କ ମାମୁଁ ହତ୍ୟା ଅଭିଯୋଗ ଆଣିଛନ୍ତି । କାରଣ ଜଣେ ଝିଅ ତାଙ୍କୁ ଫୋନ କରି ଅଘଟଣ ବିଷୟରେ ସୂଚନା ଦେଇଥିଲେ । ତେବେ ଏହା ଅପମୃତ୍ୟୁ,ହତ୍ୟାକାଣ୍ଡ ନା ଆତ୍ମହତ୍ୟା ଏହି ଘଟଣାରେ ୩ ଟି ଟିମ ଗଠନ କରି ପାରିପାର୍ଶ୍ବିକ ପରିସ୍ଥିତିକୁ ଯାଞ୍ଚ କରୁଛି ।
ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୮ ଟା ସମୟରେ ସେ ବୁର୍ଲା ପିସି ବ୍ରିଜକୁ ଆସିଥିଲେ ଓ ତାପରେ ରାତି ୧୧ ଟାରେ ଏହି ଘଟଣା ଘଟିଥିବା କୁହାଯାଉଛି। ଅଞ୍ଜନେୟ ପରିବାରର ଏକମାତ୍ର ସନ୍ତାନ ଥବାବେଳେ ତାଙ୍କ ବାପା-ମା’ ବର୍ତ୍ତମାନ ତୀର୍ଥ ଭ୍ରମଣରେ ଯାଇଥିବା ତାଙ୍କ ମାମୁଁଙ୍କ ଠାରୁ ସୂଚନା ମିଳିଛି ।
