ଭିନ୍ନକ୍ଷମ ଦମ୍ପତିଙ୍କୁ ପ୍ରଫୁଲ୍ଲ ପ୍ରୋତ୍ସାହନ

ପୁରୀ :  ଜଣେ ଭିନ୍ନକ୍ଷମଙ୍କୁ ଜଣେ ସକ୍ଷମ ବ୍ୟକ୍ତି ବିବାହ କଲେ  ପ୍ରଫୁଲ୍ଲ ଯୋଜନାରେ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ରାଶି ପାଇବାକୁ ଇଛା କରୁଥିବା ବିବାହିତ ଯୋଡିମାନେ ପୁରୀ ଜିଲା ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ଶସକ୍ତି କରଣ ଅଫିସରେ ମିଳୁଥିବା ଆବେଦନ ପତ୍ରରେ ଆବେଦନ କରିଥାନ୍ତି  । ଫନି  ବାତ୍ୟା ପରେ ପୁରୀ ଜିଲାର ଦିବ୍ୟାଙ୍ଗ ମାନଙ୍କୁ ଶିକ୍ଷା ସାମାଜିକ ସୁରକ୍ଷା ଜୀବନ ଜୀବିକ ତଥା ଗୃହ ଓ ପାଇଖାନା ସହାୟତା କରିବା ପାଇଁ ପୁରୀ ଜିଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଛି ଯୋଜନା ପ୍ରଫୁଲ୍ଲ। ଏହି କ୍ରମରେ ଆଜି ବଳଙ୍ଗାର ଶ୍ରୀପ୍ରଭାକର ନାୟକ ଓ ଦେବୀ ନାୟକ, ପିପିଲି ର ରୁକସାନା ଖାତୁନ ଓ ହୁମାୟୁନ ଖାଁ ପୁରୀର ସୁମନ୍ତ ପଲେଇ ଓ ଟୁକୁନା ପ୍ରଧାନ ବଳଙ୍ଗାର ଅନୁପମା କର ଓ ରବିନ୍ଦ୍ର କୁମାର ପଣ୍ଡା ନିମାପଡାର ଜଗବନ୍ଧୁ ରାଉତ ଓ ବିନୋଦିନି କାଣ୍ଡି ଏହିପରି ୫ଜଣ ଭିନ୍ନକ୍ଷମ ଯୋଡିଙ୍କୁ ପ୍ରତ୍ୟେକ ୫୦ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପୁରୀ ଜିଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି। ପ୍ରଫୁଲ୍ଲ ଯୋଜନାର ଜୀବନ ଜୀବିକା ପରାମର୍ଶ ଦାତା ସିଦ୍ଧାର୍ଥ ରାୟ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ଉତ୍ସବରେ ଅଫିସ ଅର୍ଡର ମାଧ୍ୟମରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରି ସେମାନଙ୍କର ମଙ୍ଗଳମୟ ଜୀବନ କାମନା କରିଥିଲେ।

 

Launching Ceremony of “AYUSHMAN BHARAT

Comments are closed.