ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ କୁବେର ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର R & B ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚଢ଼ାଉ କରାଯାଇଛି । ନୟାଗଡ଼ ପୈତୃକ ଘର ସମେତ ଶ୍ୱଶୁର ଘର ଏବଂ ଭୁବନେଶ୍ୱରରେ ୮ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଚଢାଉ ବେଳେ ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଛି ଭିଜିଲାନ୍ସ ।
ଭୁବନେଶ୍ୱରର ଗାଲେରିଆ ଓ ସିମ୍ଫୋନୀ ମଲ୍ ସମେତ ନୟାଗଡ଼ର ବିଭିନ୍ନ ସ୍ଥାନରେ ଏହି ତଲାସୀ ଚାଲିଛି। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ୱାରେଣ୍ଟ ଆଧାରରେ ଚଢ଼ାଉ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜକୀଶୋରଙ୍କ ଜବତ ସମସ୍ତ ସମ୍ପତ୍ତିର ଆକଳନ କରାଯାଇନାହିଁ । ଏହି ଚଢ଼ାଉରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧ ଜଣ ଏସଆଇ, ୧୧ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ମାନେ ସାମିଲ ଅଛନ୍ତି ।