ଭିଏସଏସ ନଗର ବାଣ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ

ଭୁବନେଶ୍ୱର : ଘର ଭିତରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଯୁବକ ମୃତ । ମୃତ ଯୁବକ ହେଲେ ଭିଏସ୍‌ଏସ୍‌ ନଗରର ଶିବାନନ୍ଦ ତାଡୋ । ବିସ୍ଫୋରଣ ପରେ ଶିବାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲଓ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣରେ ତାଙ୍କ ମୁଣ୍ଡ, ଗୋଡ, ହାତ, ଆଖିରେ ଆଘାତ ଲାଗିଥିଲା ।

ଗତକାଲି ସଂଧ୍ୟାରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ପାଖରେ ଥିବା ଦୁଇଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଉଚ୍ଚ ଶବ୍ଦ ଶୁଣି ଭୟଭୀତ ହୋଇପଡିଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ଜୋନ-୫ ଏସିପି ଏବଂ ମେୟର ଅନୁଧ୍ୟାନ କରିଛନ୍ତି । ବିବାହ କାର୍ଯ୍ୟ ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

Launching Ceremony of “AYUSHMAN BHARAT

Comments are closed.