ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତ ପ୍ରତ୍ୟାହାର କଲା ବାଂଲାଦେଶ

ଢାକା: ବାଂଲାଦେଶର ଅନ୍ତରୀଣ ସରକାର ଭାରତ ସମେତ ୫ ରାଷ୍ଟ୍ରରୁ ଏହାର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନେଇଛି। ଭାରତ , ଅଷ୍ଟ୍ରେଲିଆ, ବେଲଜିୟମ, ପର୍ତୁଗାଲ ଏବଂ ଆମେରିକାରୁ ବାଂଲାଦେଶ ଏହାର ରାଷ୍ଟ୍ରଦୂତଙ୍କୁ ଢାକା ଫେରାଇ ନେଇଛି। ଉକ୍ତ ୫ ରାଷ୍ଟ୍ରଦୂତ ତୁରନ୍ତ ସେମାନଙ୍କ ଦାୟିତ୍ବ ହସ୍ତାନ୍ତର କରି ଫେରି ଆସିବା ପାଇଁ ବାଂଲାଦେଶ ନିର୍ଦ୍ଦେଶ ଦେଇଛି। ବାଂଲାଦେଶର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି, ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବା ସରକାରୀ ନିଷ୍ପତ୍ତିର ଏକ ଅଂଶବିଶେଷ। ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ମୁସ୍ତାଫିଜୁର ରହମାନଙ୍କୁ ଢାକା ସ୍ଥିତ ବିଦେଶ ମନ୍ତ୍ରାଳୟକୁ ଫେରିଯିବାପାଇଁ ନିର୍ଦ୍ଦେଶ ରହିଛି। ବ୍ରିଟେନକୁ ବାଂଲାଦେଶର ହାଇ କମିସନର ସାଇଦା ମୁନା ତସନିମଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଆଜି ପୁଣି ଭାରତ ସମେତ ଅନ୍ୟ ୫ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ରହିଛି। ଉଲ୍ଲେଖ‌ଯୋଗ୍ୟ, ଗତ ଅଗଷ୍ଟରେ ଢାକା ରୁଷ୍‌, ଜର୍ମାନୀ, ଜାପାନ, ଆମେରିକା , ସାଉଦି ଆରବ ଏବଂ ମାଳଦ୍ବୀପରେ ଅବସ୍ଥାପିତ ନିଜର ରାଷ୍ଟ୍ରଦୂତଙ୍କୁ ଫେରି ଆସିବାପାଇଁ ନିର୍ଦ୍ଦେଶ ଦେଇଥିଲା।

Govt

Comments are closed.