ଭାରତୀୟ ବାୟୁସୀମାରେ ପାକିସ୍ତାନୀ ବିମାନ

ନୂଆଦିଲ୍ଲୀ: ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ ନିକଟରେ ପ୍ରବଳ ବର୍ଷା ଯୋଗୁ ଲାହୋର ବିମାନ ବନ୍ଦରରେ ଅବତରଣ କରି ନ ପାରି ଭାରତର ବାୟୁସୀମାରେ ପ୍ରବେଶ କରି ପ୍ରାୟ ୧୦ ମିନିଟ୍ ଉଡ଼ିଥିଲା । ପିଆଇଏ ପିକେ୨୪୮ ବିମାନଟି ମସ୍କାଟରୁ ମେ ୪ ତାରିଖ ରାତି ୮ଟାରେ ଫେରିବା ପରେ ପ୍ରବଳ ବର୍ଷା ଯୋଗୁ ଲାହୋରସ୍ଥିତ ଆଲ୍ଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିପାରି ନ ଥିଲା। ପାଇଲଟ ବିମାନକୁ ଅବତରଣ କରାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବୋଇଂ ୭୭୭ ବିମାନଟି ଅସ୍ଥିର ହେବା ସହ ଅବତରଣ କରିପାରି ନ ଥିଲା।
ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶକ୍ରମେ ପାଇଲଟ ବିମାନକୁ କିଛି ସମୟ ଆଖପାଖ ଆକାଶରେ ଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରବଳ ବର୍ଷା ଓ କମ୍ ଉଚ୍ଚତା ଯୋଗୁ ପଥ ହୁଡ଼ିଥିଲେ। ବିମାନଟି ୧୩,୫୦୦ ଫୁଟ୍ ଉଚ୍ଚତାରେ ଉଡ଼ୁଉଡ଼ୁ ବଧନା ଥାନା ଅନ୍ତର୍ଗତ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା। ଭାରତୀୟ ପଞ୍ଜାବର ତରଣ ସାହିବ ଓ ରସୁଲପୁର ଦେଇ ଭାରତୀୟ ବାୟୁସୀମାରେ ୨୦,୦୦୦ ଫୁଟ୍ ଉଚ୍ଚତାରେ ୭ ମିନିଟ୍ ଓ ୪୦ କିମି ବୁଲିବା ପରେ ନୌସେରା ପାନୁଆନଠାରୁ ଏହା ପାକିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏହା ପୁଣି ଭାରତୀୟ ସୀମାରେ ପ୍ରବେଶ କରି ୨୩,୦୦୦ ଫୁଟ୍ ଉଚ୍ଚରେ ଭାରତୀୟ ପଞ୍ଜାବ ଅଞ୍ଚଳରେ ୩ ମିନିଟ୍ ବୁଲିବା ପରେ ପୁଣି ପାକିସ୍ତାନର ମୁଲତାନକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଭାରତର ବାୟୁସୀମାରେ ଏହା ମୋଟ ୧୨୦ କିମି ଓ ୧୦ ମିନିଟ୍ ବୁଲିଥିଲା। ଭାରତୀୟ ବାୟୁସେନା ପକ୍ଷରୁ ଉକ୍ତ ଘଟଣାକୁ ଅତି ଭଲଭାବେ ଯାଞ୍ଚ କରାଯାଉଛି।

Launching Ceremony of “AYUSHMAN BHARAT

Comments are closed.