ଭାରତୀୟ ବଂଶୋଦ୍ଭବ ରୋ ଖାନ୍ନାଙ୍କୁ ଟ୍ରମ୍ପ ସମର୍ଥକଙ୍କ ଗାଳି

ୱାସିଂଟନ: ଭାରତୀୟ ବଂଶୋଦ୍ଭବ ତଥା ଡେମୋକ୍ରାଟ ଏବଂ ଆମେରିକା କଂଗ୍ରେସ ସଦସ୍ୟ ରୋ ଖାନ୍ନାଙ୍କ ‘ଅର୍ଥନୈତିକ ଦେଶଭକ୍ତି’ ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଟ୍ରମ୍ପଙ୍କ ସମର୍ଥକମାନେ ଏଥିପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରବଳ ସମାଲୋଚନା କରିଛନ୍ତି। ଉଗ୍ର ଦକ୍ଷିଣପନ୍ଥୀ ଚିନ୍ତାଧାରାର ବ୍ୟକ୍ତିମାନେ ରୋ ଖାନ୍ନାଙ୍କୁ ଭାରତ ପଠ‌ାଇ ଦେବା ଏବଂ ତାଙ୍କ ନାଗରିକତାକୁ ଛଡ଼ାଇ ନେବା ଭଳି ମନ୍ତବ୍ୟ ଦେଇଛନ୍ତି। ରୋ ଖାନ୍ନା ଆମେରିକାକୁ ଅନୁନ୍ନତ ଦେଶଗୁଡ଼ିକରୁ ବହୁସଂଖ୍ୟାରେ ଲୋକ ଆସନ୍ତୁ ବୋଲି ଚାହାନ୍ତି। ଏପରିକି କେତେକ ବ୍ୟକ୍ତି ରୋ ଖାନ୍ନାଙ୍କ ଆମେରିକାର ନାଗରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜନୈତିକ ପ୍ରତିଶୋଧ ପରିବର୍ତ୍ତେ ଆମେରିକା ଅର୍ଥନୀତିରେ ପୁନରୁଦ୍ଧାର ପାଇଁ ଧ୍ୟାନ ଦେବାକୁ ରୋ ଖାନ୍ନା ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ। ‘ଏକ ରୂପାନ୍ତରିତ ଦୃଷ୍ଟିକୋଣ’ ଏବଂ ’ଆମେରିକାକୁ ପୁଣି ମହାନ କରିବା ପାଇଁ ପ୍ରତିଶୋଧ ଓ ଘୃଣାକୁ ପରିତ୍ୟାଗ କରିବା’ ଭଳି ଦୁଇଟି ବିକଳ୍ପରୁ ଡେମୋକ୍ରାଟମାନଙ୍କୁ ଗୋଟିଏ ଚୟନ କରିବା ଆବଶ୍ୟକ ବୋଲି ସେ କହିଥିଲେ। ସରକାର କାରଖାନାଗୁଡ଼ିକୁ ପାଣ୍ଠି ପ୍ରଦାନ କରିବା, ନୂଆ ପିଢ଼ିର କୁଶଳୀ ଶ୍ରମିକ ସୃଷ୍ଟି ପାଇଁ ୧୦୦୦ ଟ୍ରେଡ୍‌ ସ୍କୁଲ ସ୍ଥାପନ କରିବା ଭଳି ପ୍ରସ୍ତାବ ଦେଇଥିଲେ। ହ୍ବାଇଟ ହାଉସରେ ସଂପ୍ରତି ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ଷ୍ଟିଫେନ ମିଲର କହିଛନ୍ତି, ଆମେରିକାକୁ ବିଦେଶରୁ ଆସୁଥିବା ବହୁସଂଖ୍ୟକ ଲୋକଙ୍କ ସଂପର୍କରେ ରୋ ଖାନ୍ନାଙ୍କ ଆଭିମୁଖ୍ୟ କ’ଣ ସେ ନେଇ ପ୍ରଶ୍ନ କରିଛନ୍ତି।

Launching Ceremony of “AYUSHMAN BHARAT

Comments are closed.