ଭଲ ଲାଗିଥାଏ ଆକସନ୍

0

ବଲିଉଡ ଅଭିନେତା ସାହିଦ କପୁର ସବୁବେଳେ ନିଜର ଅଭିନୟ ଓ ଡ୍ୟାନ୍ସ ପାଇଁ ଅନେକ ପ୍ରଶଂସା ସାଉଁଟିଥାଆନ୍ତି । ତେବେ ନିକଟରେ ମିଳିଥିବା ସୂଚନା ଅନୁସାରେ ସାହିଦଙ୍କୁ ଆଗକୁ ଆକସନ୍ ଭୂମିକାରେ ଦେଖିବାକୁ ମିଳିବ । ପୂର୍ବରୁ ମଧ୍ୟ ତାଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିସାରିଛି । ତେବେ ଏହି ଫିଲ୍ମର ଚରିତ୍ର ନେଇ ସେ ଖୁବ ଉତ୍ସାହିତ ଥିବା ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ସାହିଦଙ୍କୁ ବିଶାଲ ଭରଦ୍ବାଜଙ୍କ ଫିଲ୍ମ ଅର୍ଜୁନ୍ ଉସ୍ତରାରେ ଦେଖିବାକୁ ମିଳିବ । ଏଥିରେ ତାଙ୍କୁ ଆକସନ୍ ଚରିତ୍ରରେ ଦର୍ଶକ ଦେଖିବେ । ଚରିତ୍ରଟି ତାଙ୍କୁ ଖୁବ ଭଲ ଲାଗିଥିବା ସେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଅଭିନୟରେ ଆକସନ୍ ଚରିତ୍ର ଗୁଡିକ ତାଙ୍କୁ ଖୁବ ଭଲ ଲାଗୁଛି, ଏଥିରେ କ୍ୟାରିୟରେ କିକ୍ ମିଳୁଛି ବୋଲି ସାହିଦ ପ୍ରକାଶ କରିଛନ୍ତି । ସମ୍ପୃକ୍ତ ଫିଲ୍ମରେ ସାହିଦଙ୍କ ସହିତ ତ୍ରିପ୍ତି ଡିମିର, ନାନା ପାଟେକର, ରଣଦୀପ ହୁଡା, ବିକ୍ରାନ୍ତ ମେସି ଆଦି ନଜର ଆସିବେ ।

Leave A Reply

Your email address will not be published.