ବୋକା ବନିଲା ପୋଲିସ ଧରିଲା ସ୍ପେଶାଲ ସ୍କ୍ୱାଡ, ଚମ୍ପଟ ମାରିଲା ଥାନାରୁ

Edited by Papu Mohanty

ଭୁବନେଶ୍ୱର,(ସବୁ୍ୟ)): May 19: ଏୟାରପୋର୍ଟ ଥାନାରୁ ଜଣେ ବ୍ରାଉନସୁଗାର ବ୍ୟବସାୟୀ ଚମ୍ପଟ ମାରିଛି । ତାକୁ ଧରିବାପାଇଁ ତନାଘନା ଚାଲିଛି ବୋଲି ମଧ୍ୟ କୁହାଯାଉଥିଲାବେଳେ ପୁନର୍ବାର ମଙ୍ଗଳବାର ଦିନ ଚନ୍ଦ୍ରଶେଖରପୁର ଥାନାରୁ ଜଣେ ବାଇକ୍‌ ଲୁଟେରା ଚମ୍ପଟ ମାରିବା ଘଟଣା ଆଲୋଡନ ସୃଷ୍ଟି କରିଛି । ସ୍ପେଶାଲ୍‌ ସ୍କ୍ୱାଡ ଚଢାଉ କରି ତିନିଜଣଙ୍କୁ ଗିରଫ କରି ଲୁଟ୍‌ ବାଇକ୍‌ ସହ ଚନ୍ଦ୍ରଶେଖରପୁର ଥାନା ଜିମା ଦେଇଥିଲା । ତିନିଜଣଙ୍କ ମଧ୍ୟରୁ ଦୁଇଜଣ ରିସିଭରକୁ ସୋମବାର ଦିନ କୋର୍ଟ ଚାଲାଣ କରାଯାଇଥିଲାବେଳେ ର୍ୟାକେଟର ମୁଖ୍ୟ ଅଭିଯୁକ୍ତ ତଥା କେଟିଏମ୍‌ ବାଇକ୍‌ ଲୁଟେରା ପ୍ରଶାନ୍ତ ଘଡାଇକୁ ପୋଲିସ ଅଟକ ରଖି ଜେରା କରୁଥିଲା। ଅଧିକ ଗାଡି ଜବତ ହେବ, ଆଉ ଆସାମୀ ଗିରଫ ହେବେ, ପୋଲିସର ଏହି ଆଶାକୁ ଧୂଳିସାତ କରିଦେଇଦେଇଛି ପ୍ରଶାନ୍ତ । ସୋମବାର ସନ୍ଧ୍ୟାରେ ବାହାନା କରି ଚମ୍ପଟ ମାରିଛି ।
ସୂଚନା ଅନୁସାରେ ଲକ୍‌ଡାଉନ୍‌ କଟକଣା ଭିତରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ବାରମ୍ବାର ବାଇକ୍‌ ଚୋରି ହେଉଥିଲା । ଏ ନେଇ ସ୍ଥାନୀୟ ଲୋକମାନେ ଚନ୍ଦ୍ରଶେଖପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଓ ସ୍ପେଶାଲ ସ୍କ୍ୱାଡ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଓ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରୁଥିଲେ । ତେବେ ରବିବାର ଦିନ ଚାରି ଜଣ ଅଭିଯୁକ୍ତଙ୍କୁ ଧରିବା ସହ ଚାରୋଟି ବାଇକ୍‌ ଜବତ କରିଥିଲା। ତେବେ ଚାରି ଜଣ ଲୁଟେରାଙ୍କ ଭିତରୁ ଜଣେ ଲୁଟେରା ଘଟଣାସ୍ଥଳରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା । ବାକି ତିନିଜଣଙ୍କୁ ସ୍ପେଶାଲ୍‌ ସ୍କ୍ୱାଡ ଚନ୍ଦ୍ରଶେଖରପୁର ଜିମା ଦେଇଥିଲା । ସୋମବାର ଦିନ ଚନ୍ଦ୍ରଶେଖରପୁର ଥାନା ପୋଲିସ ଦୁଇ ରିସଭରଙ୍କଠାରୁ ଚାରୋଟି ବାଇକ୍‌ ଜବତ କରି କୋର୍ଟ ଚାଲାଣ କରିଥିଲା । ହେଲେ ମୁଖ୍ୟ ଅଭିଯୁକ୍ତ କେଟିଏମ୍‌ ବାଇକ୍‌ ଲୁଟେରା ପ୍ରଶାନ୍ତ ଘଡେଇକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା । ସେ ୧୫ ରୁ ୨୦ ବାଇକ୍‌ ଚୋରି କରିଥିବାରୁ ତାକୁ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଥିଲା । ହେଲେ ସୋମବାର ଦିନ ହଠାତ୍‌ ପୋଲିସକୁ ଚକ୍‌ମା ଦେଇ ସେ ଚମ୍ପଟ ମାରିଥିଲା । ଏହିଭଳି ସମୟରେ ଥାନା ଭିତରୁ ଗିରଫ ହୋଇଥିବା ଜଣେ ବାଇକ ଲୁଟେରା ଚମ୍ପଟ ମାରିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ପୋଲିସ ଅଭିଯୁକ୍ତକୁ ଧରିବାପାଇଁ ଚାରିଆଡେ ଚଢାଉ କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡିନଥିଲା ।

Launching Ceremony of “AYUSHMAN BHARAT

Comments are closed.