ଶ୍ରୀନଗର: ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ମାତା ବୈଷ୍ଣୋଦେବୀ ଯାତ୍ରାପଥରେ ଭୂସ୍ଖଳନ ହୋଇ ୨ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ପାଞ୍ଚି ନିକଟସ୍ଥ ପଥରେ ଏହି ଭୂସ୍ଫଳନ ହୋଇଛି। ଭୂସ୍ଖଳନ ଖବର ମିଳିବା ପରେ ଶ୍ରୀ ବୈଷ୍ଣୋ ଦେବୀ ସ୍ରାଇନ୍ ବୋର୍ଡ୍ର ବିପର୍ଯ୍ୟୟ ପରିଚାଳନା ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ତୀର୍ଥଯାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍ ନିଆଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ଜଣେ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି। ବୈଷ୍ଣୋଦେବୀ ଯାତ୍ରା ପଥ ଏବେ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ତେବେ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଶାସନ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।

Comments are closed.