ବୈଜୁବାୱରା ରେ ନଜର ଆସିବେ ନୟନତାରା

ପୁଣିଥରେ ବଲିଉଡ୍‌ ଦର୍ଶକଙ୍କୁ ଏଣ୍ଟରଟେନ୍‌ କରିବେ ସାଉଥି ଆକ୍ଟ୍ରେସ ନୟନ ତାରା । ନୟନତାରାଙ୍କୁ ଯବାନ ପରେ ପୁଣି ଏକ ବଲିଉଡ୍‌ ସିନେମାରେ ଦର୍ଶକ ଦେଖିବେ । ସଞ୍ଜୟ ଲିଲା ଭଂସାଲୀଙ୍କର ଅପକମିଂ ପ୍ରୋଜେକଫ ବୈଜୁ ବାୱରାରେ ଦର୍ଶକ ନୟନତାରାଙ୍କ ସହିତ ରଣବୀର ସିଂଙ୍କୁ ଦେଖିବାକୁ ପାଇବେ । ଏଥିରେ ଫିମେଲ ଲିଡ୍‌ରେ ଆଲିଆ ଭଟ୍ଟ ନଜର ଆସିବେ । ତେବେ ନୟନତାରା ଫାଇନାଲ ହେବା ପରେ ଆଲିଆଙ୍କ ରିପ୍ଲେସକୁ ନେଇ ଚର୍ଚ୍ଚା ହେଉଥିଲା । ହେଲେ ନୟନତାରା ଆଲିଆଙ୍କୁ ରିପ୍ଲେସ୍‌ କରିବେ ନାହିଁ ବରଂ ତାଙ୍କ ସହିତ ଏହି ଫିଲ୍ମରେ ନଜର ଆସିବେ । ଏଥିରେ ନୟନତାରାଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କ ଚରିତ୍ରଟି ବେଶ୍‌ ଦମଦାର ସହିତ ହୃଦୟସ୍ପର୍ଶୀ ହେବ ବୋଲି ଚର୍ଚ୍ଚା ହେଉଛି । ପ୍ରୋଜେକଫଟି ସଞ୍ଜୟ ଲିଲା ଭଂଶାଲୀଙ୍କର ହୋଇଥିବାରୁ ଦର୍ଶକ ବେଶ୍‌ କିଛି ଆଶା ରଖିଛନ୍ତି ଏହି ଫିଲ୍ମରୁ । ସେହିଭଳି ନିକଟରେ ଆଲିଆ ଓ ରଣବୀର ଯୋଡିର ‘ରକି ଓର ରାନୀ କୀ ପ୍ରେମ କାହାନୀ’ ଫିଲ୍ମ ବେଶ୍‌ ହିଟ୍‌ ହୋଇଛି । ତେଣୁ ପୁଣିଥରେ ଏହି ଯୋଡିଙ୍କୁ ଦେଖିବାକୁ ଦର୍ଶକ ମଧ୍ୟ ଉତ୍ସାହ ଦେଖାଇଛନ୍ତି ।

Govt

Comments are closed.