ଦିଲ୍ଲୀ: ଅଗଷ୍ଟ ୨୬: ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଫ୍ୟାମିଲି ପେନ୍ସନ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ସରକାରୀ କର୍ମଚାରୀମାନେ ମାସିକ ପେନ୍ସନ ହିସାବରେ ୯୨୮୪ ଟଙ୍କା ପାଉଥିଲେ । ଏବେ ତାହା କେନ୍ଦ୍ର ସରକାର ବୃଦ୍ଧି କରାଇ ୩୦ ରୁ ୩୫ ହଜାର ଟଙ୍କା କରିଛନ୍ତି । ପେନ୍ସନ ବୃଦ୍ଧି ଫଳରେ ଦେଶରେ ଥିବା ୧୦ ଲକ୍ଷର ଊର୍ଦ୍ଧ୍ୱ ସରକାରୀ ବ୍ୟାଙ୍କ କର୍ମଚାରୀ ଉପକୃତ ହେବ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଫ୍ୟାମିଲି ପେନ୍ସନ ବୃଦ୍ଧି କରାଇବା ପାଇଁ ଆଇବିଏ ବହୁ ଦିନରୁ ଦାବି କରିଥିଲା । ଏବେ କେନ୍ଦ୍ର ସରକାର ଆଇବିଏର ଦାବିକୁ ମଞ୍ଜୁର କରିଛି ଏବଂ ଅର୍ଥମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରିଛି ।
ସୂଚନ ଅନୁସାରେ, ପୂର୍ବରୁ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଫ୍ୟାମିଲି ପେନ୍ସନ ପାଇଁ ମାସିକ ଦରମାରୁ ୧୦ ପ୍ରତିଶତ ଏନ୍ପିଏସ୍ କଟୁଥିଲା । ଏବେ ତାହାର ବୃଦ୍ଧି କରାଯାଇ ୧୪ ପ୍ରତିଶତ କରାଯାଇଛି । ପୂର୍ବରୁ ଉଭୟ ବ୍ୟାଙ୍କ ଓ କର୍ମଚାରୀମାନେ ମୂଳ ଦରମାର ୧୦ ପ୍ରତିଶତ ପେନ୍ସନ ଫଣ୍ଡକୁ ଦେଉଥିଲେ । ଏବେ ବ୍ୟାଙ୍କ ପେନ୍ସନ ଫଣ୍ଡକୁ ୧୪ ପ୍ରତିଶତ ଓ କର୍ମଚାରୀ ୧୦ ପ୍ରତିଶତ ଅର୍ଥ ଦେବେ । ଏହାସହିତ ଏବେ ସରକାରୀ ବ୍ୟାଙ୍କ କର୍ମଚାରୀମାନେ ଶେଷ ବେତନ ଉପରେ ୩୦ ପ୍ରତିଶତ ଯାଏଁ ପେନ୍ସନ ପାଇବେ । ଏହି ଆଧାରରେ ବ୍ୟାଙ୍କ କର୍ମଚାରୀଙ୍କ ମାସିକ ପେନ୍ସନ ୩୦ ରୁ ୩୫ ହଜାର ଟଙ୍କା ଯାଏଁ ବୃଦ୍ଧି ପାଇବ ।

Comments are closed.