ବୁଲା କୁକୁର ଆତଙ୍କ : କଠୋର ପଦକ୍ଷେପ ନେଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ର ପୌର ନିଗମ କର୍ତ୍ତୃପକ୍ଷଙ୍କୁ ବୁଲା କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ କରିବା ଏବଂ ସେମାନଙ୍କୁ ସ୍ଥାୟୀ ଭାବରେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ କଠୋର ନିର୍ଦ୍ଦେଶରେ, କୋର୍ଟ କହିଛନ୍ତି ଯେ ନିର୍ଦ୍ଦେଶକୁ ବିନା କୌଣସି ସାଲିସରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ଏହି ପ୍ରକ୍ରିୟାକୁ ବିରୋଧ କରନ୍ତି, ତେବେ ସେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦିଲ୍ଲୀ -ଏନ୍‌ସିଆରରେ ସମସ୍ତ ବୁଲା‌ କୁକୁରଙ୍କୁ ୮ ସପ୍ତାହ ମଧ୍ୟରେ ଆଶ୍ରୟସ୍ଥଳ ପଠାଇବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୮ ସପ୍ତାହ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାପାଇଁ କୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୁକୁର କାମୁଡ଼ା ଯୋଗୁଁ ଜଳାନ୍ତକ ରୋଗ ବଢ଼ିବା ଘଟଣାକୁ ନେଇ ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବାପରେ ସୁପ୍ରିମକୋର୍ଟ ଏହି ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କରିଥିଲେ। ପ୍ରତିଦିନ ଦିଲ୍ଲୀ ସହର ଏବଂ ଉପାନ୍ତ ଅଞ୍ଚଳରେ ଶତାଧିକ ଲୋକ କୁକୁର କାମୁଡ଼ାର ଶିକାର ହେଉଛନ୍ତି ଏବଂ ଏଥିଯୋଗୁଁ ଜଳାନ୍ତକ ରୋଗ ବୃଦ୍ଧି ପାଇବା ସହ ବୃଦ୍ଧ ଏବଂ ଶିଶୁମାନେ ମଧ୍ୟ ଏହାର ବେଶୀ ଶିକାର ହେଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଥିଲା।

Govt
Leave A Reply

Your email address will not be published.