ଦିଲ୍ଲୀ: ଅଗଷ୍ଟ ୩୦: ଟେଲି ଦୁନିଆର ଜଣେ ପରିଚିତ ଷ୍ଟାର ହେଲେ ଶେ୍ୱତା ତିୱାରୀ । ଅନେକ ସମୟରେ ସେ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ତାଙ୍କ ଝିଅଙ୍କର ପାଳି । ବି ଟାଉନ୍ରେ ଡେବୁ୍ୟ କରିବାକୁ ଯାଉଛନ୍ତି ଶେ୍ୱତାଙ୍କ ଝିଅ ପଲକ । ଶେ୍ୱତାଙ୍କ ଭଳି ପଲକ ମଧ୍ୟ ଖୁବ୍ ବିନ୍ଦାସ । ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ନିଜର ଗ୍ଲାମରସ୍ ଲୁକ୍ ଓ ଷ୍ଟାଇଲିସ୍ ଅନ୍ଦାଜ ପାଇଁ ସେ ଫ୍ୟାନ୍ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇପାରିଛନ୍ତି । ଏହାସହ ଶେ୍ୱତାଙ୍କ କାରଣରୁ ମଧ୍ୟ ତାଙ୍କୁ ଅନେକ ଗୁରୁତ୍ୱ ମିଳିଛି । ହେଲେ ପଲକ ନିଜକୁ କେବେ ବି ଷ୍ଟାର କିଡ୍ ଭାବେ ଦେଖନ୍ତିନି ବୋଲି ଏକ ସାକ୍ଷାତକାରରେ ମତ ଦେଇଛନ୍ତି । କିନ୍ତୁ ତାଙ୍କ ମାଙ୍କ ପାଇଁ ତାଙ୍କୁ ଅନେକ ସୁବିଧା ମିଳିଛି ବୋଲି ସେ ସ୍ୱୀକାର କରିଛନ୍ତି । ତାଙ୍କର ଅନେକ ଫ୍ୟାନ ରହିଛନ୍ତି କାରଣ ସେ ଶେ୍ୱତା ତିୱାରୀଙ୍କ ଝିଅ । ହେଲେ ନିଜ ପ୍ରତିଭା ବଳରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି । ତାଙ୍କ ମତରେ ଚିହ୍ନାଜଣାରେ ଗୋଟିଏ କିମ୍ବା ଦୁଇଟି ସିନେମା ମିଳିବ ହେଲେ କାମ ପସନ୍ଦ ନଆସିଲେ ଆଗକୁ କେହି ବି କାମ ଦେବେନି । ତେଣୁ ସେ ନିଜ କାମ ପାଇଁ ବି ଟାଉନ୍ରେ ସଫଳ ହେବାକୁ ଚାହାନ୍ତି । ସିନେମା ‘ରୋଜି ଦ ସାଫରୋନ୍ ଚାପଫର’ ଜରିଆରେ ସେ ବଲିଉଡ୍ରେ ଡେବୁ୍ୟ କରିବାକୁ ଯାଉଛନ୍ତି । ସିନେମାଟିର ନିର୍ଦ୍ଦେଶନା ବିଶାଲ ମିଶ୍ର ଦେଇଥିବା ବେଳେ ସିନେମାଟି ଏକ ସତ କାହାଣୀ ଉପରେ ଆଧାରିତ ।

Comments are closed.