ବିହାର ରାଜନୀତିରେ ଜୋର୍‌ଦାର ଚର୍ଚ୍ଚା: ରାଜନୀତିକୁ ଆସିବେ ନୀତୀଶଙ୍କ ପୁଅ ନିଶାନ୍ତ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରାଜନୀତିକୁ ଆସିବେ ବୋଲି ଗତ ବର୍ଷଠାରୁ ଆଲୋଚନା ହେଉଥିବା ବେଳେ ଏବେ ଏହି ଚର୍ଚ୍ଚା ଜୋର ଧରିଛି। ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ଜେଡି (ୟୁ)ର ଅନେକ ନେତା ଓ କର୍ମୀ ଚାହୁଁଛନ୍ତି ନିଶାନ୍ତ କୁମାର ମଇଦାନକୁ ଓହ୍ଲାନ୍ତୁ। ଏମିତିକି ଏହାର କିଛି ସହଯୋଗୀ ଦଳ ମଧ୍ୟ ନିଶାନ୍ତଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହି ସାରିଲେଣି। ହେଲେ ଏଯାଏଁ ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି ନିଜେ ନିଶାନ୍ତ କୁମାର। ସେହିପରି ତାଙ୍କ ବାପା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ କିଛି କହି ନାହାନ୍ତି। ନୀତୀଶ କିମ୍ବା ନିଶାନ୍ତ ନୀରବ ଥିବା ସତ୍ତ୍ୱେ ପ୍ରତିଦିନି ଏମିତି କିଛି କିଛି ଘଟଣା ଘଟୁଛି କିମ୍ବା ବୟାନ ଆସୁଛି, ଯାହା ଏହି ପ୍ରସଙ୍ଗକୁ କେବଳ ଉଜ୍ଜୀବିତ କରି ରଖୁ ନାହିଁ, ବରଂ ଏ ସଂପର୍କିତ ଆଲୋଚନା ତଥା କଳ୍ପନାଜଳ୍ପନାକୁ ଖୋରାକ ଯୋଗାଉଛି। ଇତି ମଧ୍ୟରେ ଜେଡି (ୟୁ)ର ପାଟନା ସ୍ଥିତ କାର୍ଯ୍ୟାଳୟ ବାହାରେ ଗେଟ୍ ପାଖରେ ନିଶାନ୍ତଙ୍କ ସମର୍ଥନରେ ଏକ ବଡ଼ ପୋଷ୍ଟର ଲାଗିଛି। ପାର୍ଟିର କେତେ ଜଣ କାର୍ଯ୍ୟକର୍ତ୍ତା ଏହି ପୋଷ୍ଟର ଲଗାଇଛନ୍ତି। ଏଥିରେ ନୀତୀଶ କୁମାରଙ୍କ ସହିତ ନିଶାନ୍ତଙ୍କ ଫଟୋ ରହିଛି। ନିଶାନ୍ତଙ୍କ ଫଟୋଟି ନୀତୀଶଙ୍କଠାରୁ ବଡ଼ ହୋଇଛି। ଆଉ ଏଥିରେ ଲେଖାଯାଇଛି- ‘ବିହାର କରେ ପୁକାର, ଆଇୟେ ନିଶାନ୍ତ କୁମାର’।

Launching Ceremony of “AYUSHMAN BHARAT

Comments are closed.