ବିହାର ପାଇଁ ଧର୍ମେନ୍ଦ୍ର, ତାମିଲନାଡ଼ୁ ପାଇଁ ବୈଜୟନ୍ତ ନିର୍ବାଚନ ବିଜେପିର ପ୍ରଭାରୀ

ନୂଆଦିଲ୍ଲୀ: ଆଗକୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ବିଜେପି ଗୁରୁବାର ପ୍ରମୁଖ ସାଂଗଠନିକ ନିଯୁକ୍ତି ଘୋଷଣା କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ଭୂପେନ୍ଦ୍ର ଯାଦବଙ୍କୁ ପଶ୍ଚିମବଙ୍ଗ ଏବଂ ବିଜେପି ଉପସଭାପତି ବୈଜୟନ୍ତ ଜୟ ପଣ୍ଡାଙ୍କୁ ତାମିଲନାଡ଼ୁ ପାଇଁ ଦଳର ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ଗୁଜରାଟ ବିଜେପି ମୁଖ୍ୟ ସିଆର୍‌ ପାଟିଲ ଏବଂ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ବିହାର ପାଇଁ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିପରି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏବଂ କେନ୍ଦ୍ର ମନ୍ତ୍ରୀ ମୁରଲୀଧର ମୋହଲ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ପାଇଁ ଯଥାକ୍ରମେ ସହ ପ୍ରଭାରୀ ରହିବେ। ଉଲ୍ଲେଖଯୋଗ୍ୟ ଯେ ବିହାରରେ ଆସନ୍ତା ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ଥିବାବେଳେ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ‌ରେ ଆସନ୍ତାବର୍ଷ ମା‌ର୍ଚ୍ଚ-ଏପ୍ରିଲରେ ନିର୍ବାଚନ ଅଛି। ଉଭୟ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୂପେନ୍ଦ୍ର ଯାଦବ ଏକାଧିକ ରାଜ୍ୟରେ ବିଜେପିର ନିର୍ବାଚନ ରଣନୀତିକୁ ସଫଳ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

Launching Ceremony of “AYUSHMAN BHARAT

Comments are closed.