ବିହାରରେ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ

୨୫ ଜଣ ହସ୍ପିଟାଲରେ ଭର୍ତ୍ତି

ପାଟନା, ୧୫/୪ : ମଦମୁକ୍ତ ରାଜ୍ୟ ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ହୋଇଛି। ବିଷାକ୍ତ ମଦ ପିଇ ବିହାରରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୋତିହାରୀର ଲକ୍ଷ୍ମୀପୁର, ପହରପୁର, ହରସିଦ୍ଧି ବ୍ଲକରେ ଏହି ମଦମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ମଦମୃତ୍ୟୁ ପ୍ରସଙ୍ଗରେ ବିଜେପି ନୀତୀଶଙ୍କୁ ଟାର୍ଗେଟ୍ କରିଛି। ସରନ ଜିଲ୍ଲାରେ ବିଷାକ୍ତ ମଦ ଯୋଗୁଁ ୪୦ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ନିକଟରେ ଏକ ଏନଏଚଆରସି ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟରେ ମଦମୃତ୍ୟୁ ପାଇଁ ପ୍ରଶାସନକୁ ଦାୟୀ କରାଯାଇଛି। ବିଜେପି ଏହି ପ୍ରସଙ୍ଗରେ ନୀତୀଶଙ୍କ ଉପରେ ବର୍ଷିଥିଲା। ତେବେ ନୀତୀଶ ମଦମୃତ୍ୟୁ ପ୍ରସଙ୍ଗରେ କହିଥିଲେ ଯିଏ ପିଇବ ସିଏ ମରିବ।

Launching Ceremony of “AYUSHMAN BHARAT

Comments are closed.