ନୂଆଦିଲ୍ଲୀ, ୧/୪ : ଇଣ୍ଡିଗୋ ବିମାନରେ ଜଣେ ବିମାନ କର୍ମଚାରୀଙ୍କୁ ଅସଦାଚରଣ କରି ଜଣେ ୬୩ ବର୍ଷୀୟ ସ୍ବିଡେନ ନାଗରିକ ଗିରଫ ହୋଇଛନ୍ତି। ଗୁରୁବାର ଦିନ ବ୍ୟାଂକକ୍ରୁ ମୁମ୍ବାଇ ଆସିଥିବା ଏକ ଇଣ୍ଡିଗୋ ବିମାନରେ ଏହି ସ୍ବିଡେନ ନାଗରିକ ଜଣଙ୍କ ମଦ୍ୟପାନ କରି ଜଣେ ବିମାନ କର୍ମଚାରୀଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ବିମାନଟି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବାପରେ ତୁରନ୍ତ ତାଙ୍କୁ ଗିରଫ କରି ପୁଲିସକୁ ହସ୍ତାନ୍ତର କରାଯାଇଛି। ବିମାନରେ ଖାଦ୍ୟ ସର୍ଭ କରାଯିବାବେଳେ ଯାତ୍ରୀ ଜଣଙ୍କ ବିମାନ କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିଲେ।୨୪ ବର୍ଷୀୟା କ୍ୟାବିନ କର୍ମଚାରୀ ଜଣଙ୍କ କ୍ୟାପଟେନଙ୍କୁ ମଧ୍ୟ ଏନେଇ ଅବଗତ କରିଥିଲେ। ଗିରଫ ହୋଇଥିବା ଉକ୍ତ ସ୍ବିଡେନ ଯାତ୍ରୀଙ୍କ ନାଁ ବିମାନରେ ଅଶୋଭନୀୟ ଆଚରଣ ପାଇଁ ଗତ ୩ ମାସ ମଧ୍ୟରେ ଦେଶରେ ୮ ଜଣ ଗିରଫ ହେଲେଣି।

Comments are closed.