ବିବାହ କଲେ ସାରା

0

ନିକଟରେ ବିଗବସ ଫେମ୍ ସାରା ଖାନ୍ ଦ୍ବିତୀୟଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦ୍ବିତୀୟଥର ପାଇଁ ସେ ଅଭିନେତା ତଥା ପ୍ରଯୋଜକ କ୍ରିସ ପାଠକକୁ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରିଛନ୍ତି । ଏହି ବିବାହରେ ଖୁବ କମ ଲୋକ ଯୋଗ ଦେଇଥିଲେ । ତେବେ ଆଗକୁ ସେ ନିଜ ବିବାହର ଏକ ଗ୍ରାଣ୍ଡ ପାର୍ଟି ଆୟୋଜନ କରିବେ ଯେଉଁଥିରେ ସମସ୍ତେ ଆମନ୍ତ୍ରିତ ହେବାନେଇ ସୂଚନା ରହିଛି । ନିଜର ବିବାହ ନେଇ ଉଭୟ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରି ସୂଚନା ଦେଇଛନ୍ତି । ଫ୍ୟାନମାନେ ସାରାଙ୍କ ପାଇଁ ଖୁବ ଖୁସି ଅଛନ୍ତି । ଏହାପୂର୍ବରୁ ସାରା ୨୦୧୧ରେ ଅଲ୍ଲୀ ମର୍ଚାଣ୍ଟଙ୍କ ସହିତ ବିବାହ କରିଥିଲେ । ହେଲେ ଏହି ବିବାହ ଖୁବ କମ ଦିନ ଚାଲିପାରିଥିଲା । ଉଭୟ କିଛି ମାସ ଭିତରେ ହିଁ ଅଲଗା ହୋଇଯାଇଥିଲେ । ସାରା ନିଜ ଶୋ ବିଦାଇରୁ ଘରେଘରେ ପରିଚିତ ହୋଇ ପାରିଥିଲେ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.