ବିଗ ବସ୍‌କୁ ନା

ଖୁବ ଜଲଦି ବିଗ୍‌ବସ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବିଗ୍‌ବସ ଫ୍ୟାନଙ୍କ ଭିତରେ କ୍ରେଜ ଦେଖିବାକୁ ମିଳୁଛି । ଏହାରି ଭିତରେ ଶୋର ନୂଆ ଲୋଗ ଓ କିଛି ପ୍ରତିଯୋଗୀଙ୍କ ନାଁ ମଧ୍ୟ ସାମନାକୁ ଆସି ସାରିଛି । ତେବେ କିଛି ବଡ ସେଲିବ୍ରିଟିଙ୍କର ନାଁ ଏହି ତାଲିକାରେ ସାମିଲ ଥିଲା ହେଲେ ବର୍ତ୍ତମାନର ସୂଚନା ଅନୁସାରେ ସେହି ସେଲିବ୍ରିଟି ଆଉ ଏହି ତାଲିକାରେ ନାହାନ୍ତି । ଏହି ତାଲିକାରେ ସବୁଠାରୁ ବେଶି ଚର୍ଚ୍ଚାରେ ଥିଲା ମଲିMା ଶେରାଓ୍ୱତଙ୍କ ନାଁ । ହେଲେ ଅଭିନେତ୍ରୀ ନିଜେ ବର୍ତ୍ତମାନ ଏଥିରୁ ଓହରି ଯାଇଛନ୍ତି । ନିଜ ସୋସିଆଲ ମିଡିଆରେ ଏନେ ସୂଚନା ଦେଇଛନ୍ତି ଅଭିନେତ୍ରୀ । ବିଗ୍‌ବସ୍‌ ଏଣ୍ଟ୍ରି ନେଇ ହେଉଥିବା ଚର୍ଚ୍ଚାକୁ ସେ ଗୁଜବ କହି ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି । ସେ ଏଥର ବିଗ୍‌ବସ୍‌ ଯାଉନାହାନ୍ତି ଭବିଷ୍ୟତରେ ମଧ୍ୟ କେବେ ବି ଯିବେ ନାହିଁ ବୋଲି ମଲିMା ସ୍ପଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ତାଙ୍କ ଫ୍ୟାନଙ୍କୁ ନିରାଶ କରିଛି । ତେବେ ଏହି ତାଲିକାରେ ଆଉ ଏକ ଅଭିନେତ୍ରୀ ମଧ୍ୟ ସାମିଲ ଅଛନ୍ତି, ସେ ହେଲେ ଡେଜି ଶାହ । ଡେଜି ମଧ୍ୟ ବିଗ୍‌ବସ ଯିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏଥିରେ ମଧ୍ୟ ଡେଜି ବିରାମ ଲଗାଇଛନ୍ତି । ସେ ମଧ୍ୟ ବିଗ୍‌ବସ ଯାଉନଥିବା ସ୍ପଷ୍ଟ କରିଛନ୍ତି । ସେ ମଧ୍ୟ ସମାନ ଢଙ୍ଗରେ ଅର୍ଥାତ ନିଜ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ସେ ବର୍ତ୍ତମାନ ବିଗ୍‌ବସ ଯାଉନାହାନ୍ତି ସେହିଭଳି ଆଗକୁ ମଧ୍ୟ କେବେ ବି ଏହି ଶୋରେ ଭାଗ ନେବେନି ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ ଅନ୍ୟ ଜଣେ ପ୍ରତିଯୋଗୀ ଫେସଲ ଶେଖଙ୍କ ଏଣ୍ଟ୍ରିକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଅପଡେଟ୍‌ ନାହିଁ । ତାଙ୍କ ସହିତ କଥାବାର୍ତ୍ତା ଚାଲିଥିବା ନେଇ ମେକର୍ସ ସ୍ପଷ୍ଟ କରିଛନ୍ତି । ତେବେ ବର୍ତ୍ତମାନ ପ୍ରୋମୋରେ କେବଳ ସଲମାନଙ୍କୁ ନେଇ ସୁଟିଂ କରାଯାଇଛି, ଯେଉଥିରେ କୌଣସି ପ୍ରତିଯୋଗୀଙ୍କୁ ସାମିଲ କରାଯାଇ ନାହିଁ ।

Launching Ceremony of “AYUSHMAN BHARAT

Comments are closed.