ଭୁବନେଶ୍ୱର: ଅଗଷ୍ଟ ୧୯ : ‘ବିଗ୍ ବସ’ ଦର୍ଶକଙ୍କ ପାଇଁ ଏକ ବଡ଼ ଖବର ସାମ୍ନ୍ନାକୁ ଆସିଛିି । ଭେଟେରାନ୍ ଆକ୍ଟ୍ରେସ୍ ରେଖା ବିଗ୍ବସ ରିଅଲିଟି ଶୋ’ ସିଜନ-୧୫ ସହିତ ଜଡ଼ିତ ହେଉଛନ୍ତି । ତେବେ ସେ ବିଗ୍ବସ ଘରେ ରହିବାକୁ ଆସୁନାହାନ୍ତି, ସେ ଏହି କାର୍ଯ୍ୟକ୍ରମର ପ୍ରମୋ କରୁଛନ୍ତି । ଏହାସହ ସେ ଏଥିରେ ଭଏସ୍ ଓଭର ମଧ୍ୟ କରିବେ । ଏନେଇ ରେଖା ବହୁତ ଉତ୍ସାହିତ । ସେ କହିଛନ୍ତି, ବିଗ୍ବସ ହେଉଛି ଏକ ‘ନାୟାବ’ କାର୍ଯ୍ୟକ୍ରମ । ଏଥିରେ ଦର୍ଶକ ରିଅଲ୍ ଆକ୍ସନ, ଡ୍ରାମା, ଫନ୍ ଓ ଥ୍ରୀଲ୍ ଦୃଶ୍ୟ ଦେଖିବାକୁ ପାଆନ୍ତି ।
ସୂଚନା ଅନୁସାରେ, କଲର୍ସ ଚାନେଲ୍ରେ ପ୍ରସାରିତ ହେବାକୁ ଥିବା ଏହି ରିଆଲିଟି ଶୋ’ ଏଥର ନୂତନ ଢ଼ଙ୍ଗରେ ଦର୍ଶକଙ୍କ ସମ୍ମୁଖରେ ପରିବେଷଣ ହେବାକୁ ଯାଉଛି । ଏଥର ଅଭିନେତା ସଲ୍ମାନ ଖାନ୍ଙ୍କ ଏହି ଶୋ’ର ଥିମ୍ ‘ସଙ୍କଟ ଇନ୍ ଜଙ୍ଗଲ’ ରହିବ । ବିଗ୍ବସର ଘରକୁ ଏକ ଜଙ୍ଗଲ ଭାବେ ସଜାଯାଇଛି । ଯେଉଁଠାରେ ପ୍ରତିଯୋଗିମାନେ ବିଭିନ୍ନ ଖେଳ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରାଇବେ । ଶୋ’ର ପ୍ରମୋରେ ସଲ୍ମାନ ଖାନ ଜଙ୍ଗଲରେ ବୁଲି ଏକ ‘ବିଶ୍ୱାସୁନ୍ଟ୍ରି’ ନାମକ ଗଛ ସହିତ ବାର୍ତ୍ତାଳାପ ହେଉଥିବା ଦୃଶ୍ୟ ଦର୍ଶକ ଦେଖିବାକୁ ପାଇବେ ।

Comments are closed.