ଦିଲ୍ଲୀ: ଅଗଷ୍ଟ ୧୨: କଲର୍ସ ଚ୍ୟାନେଲରେ ପ୍ରସାରିତ ହୋଇଥିବା ‘ବିଗ୍ବସ’ ସିଜନ୍ ୧୩ର ଲୋକପ୍ରିୟ ପ୍ରତିଯୋଗୀ ଦ୍ୱୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଏବଂ ଗାୟିକା ତଥା ଅଭିନେତ୍ରୀ ସେହନାଜ ଗିଲ୍ ବିଗ୍ବସ୍ ଓଟିଟିକୁ ପ୍ରବେଶ କରିବେ । ତେବେ ସେଠାରେ ଗେମ୍ ଖେଳିବେ ନାହିଁ ବରଂ ଖେଳାଇବାକୁ ଯିବେ । ଏହାସହ ସେଠାରେ ଅନ୍ୟ ପ୍ରତିଯୋଗୀଙ୍କୁ ସେମାନେ ଉତ୍ସାହ କରାଇବେ । ବିଗ୍ବସ୍ ଓଟିଟି ଏବେ ଭୁଟ୍ ଆପ୍ରେ ପ୍ରସାରିତ ହେଉଛି । ଏହାକୁ ଫିଲ୍ମ ନିର୍ଦ୍ଦେଶକ କରନ ଜୋହର ହୋଷ୍ଟ କରୁଛନ୍ତି । କରନ ‘ସିଦ୍ଧନାଜ’ ଯୋଡ଼ିଙ୍କ ଲୋକପ୍ରିୟତାକୁ ଦେଖି ସେମାନଙ୍କୁ ଏହି ଶୋ’କୁ ତାଙ୍କୁ ଡ଼ାକିଛନ୍ତି । ଏହାଛଡ଼ା ଏହି ଲୋକପ୍ରିୟ ଯୋଡ଼ି ବାରିଷ୍, ଦର୍ଶନ ରାଭଲ୍ଙ୍କ ସଙ୍ଗୀତ ଭୁଲା ଦୁଙ୍ଗା ମୁ୍ୟଜିକାଲ୍ ଭିଡିଓରେ ମଧ୍ୟ ଅଭିନୟ କରିସାରିଛନ୍ତି ।

Comments are closed.