ଦିଲ୍ଲୀ: ଅଗଷ୍ଟ ୬: ପୁଣିଥରେ ପରଦାକୁ ଆସିବ ବିଗ୍ବସ୍ । ଚଳିତଥର ବିଗ୍ବସ୍କୁ ଓଟିଟିରେ ରିଲିଜ୍ କରିବାକୁ ଆୟୋଜକ ଯୋଜନା କରିଛନ୍ତି । ଟିଭିର କିଛି ସମୟ ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ପ୍ରସାରଣ କରାଯିବ । ତେବେ ଏଥରର ବିଗ୍ବସ୍ ପ୍ରତିଯୋଗୀଙ୍କୁ ନେଇ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି । ଏଥର ତାଲିକାରେ ଭୋଜପୁରୀ ଷ୍ଟାର ଅକ୍ଷରା ସିହଂଙ୍କ ନାମ ରହିଛି । ଯାହାକୁ ନେଇ ତାଙ୍କ ଫ୍ୟାନ୍ମାନେ ବେଶ୍ ଖୁସି ଅଛନ୍ତି । ଅକ୍ଷରା ଭୋଜପୁରୀ ସିନେମାର ଜଣେ ଚର୍ଚ୍ଚିତ ଚେହେରା । ତାଙ୍କର ନିଖୁଣ ଅଭିନୟ କାରଣରୁ ତାଙ୍କର ଅନେକ ଫ୍ୟାନ ରହିଛନ୍ତି । ଫ୍ୟାନ ଫଲୋଇଂକୁ ଆଖିରେ ରଖି ତାଙ୍କୁ ବିଗ୍ବସ୍ର ଅଫର୍ ଦିଆଯାଇଥିଲା ଏବଂ ଅକ୍ଷରା ତାକୁ ଗ୍ରହଣ ମଧ୍ୟ କରିଛନ୍ତି । ତେବେ ଅକ୍ଷରାଙ୍କ ବିଗ୍ ବସ୍ ଏଣ୍ଟ୍ରିକୁ ନେଇ ତାଙ୍କ ଭୋଜପୁରୀ ଫ୍ୟାନ ମାନେ ବେଶୁ ଖୁସି ଅଛନ୍ତି । ବିଗ୍ବସ୍ରେ ସବୁବେଳେ ନିଆରା ଚରିତ୍ର ଥିବା ସେଲିବ୍ରିଟି ଏହାକୁ ବିଭିନ୍ନ ଖେଳ ମାଧ୍ୟମରେ ଏକ ଅଲଗା ଲେବୁଲ୍କୁ ନେଉଥିବା ବେଳେ ଅକ୍ଷରାଙ୍କ ଉପରେ ମଧ୍ୟ ଦର୍ଶକ ଖୁବ୍ ଆଶା ରଖିଛନ୍ତି ।

Comments are closed.