ବିକୃ ହତ୍ୟା ଘଟଣା ରେ ସହିଦ ପୋଲିସ କର୍ମଚାରୀଙ୍କ ଝିଅ ପୋଲିସ ଚାକିରି ରେ ଯୋଗ ଦେଲେ

କାନପୁର (ଉତ୍ତରପ୍ରଦେଶ): ଜୁଲାଇ ୨୯ : ଗତ ବର୍ଷ ଜୁଲାଇରେ ନିହତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତାର ସହଯୋଗୀ ମାନେ କାନପୁର ର ଚୋୖବେପୁର ଅଂଚଳ ରେ ଥିବା ବିକୃ ଗାଁ ରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ I ସେହି ୮ ଜଣ କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣ ଙ୍କ ସମ୍ପର୍କୀୟ ଙ୍କୁ ପୋଲିସ ବିଭାଗ ରେ ଚାକିରୀ ଯୋଗାଇ ଦେଇଛି ଉତ୍ତରପ୍ରଦେଶ ପୋଲିସ I
ସେହି ଘଟଣା ରେ ନିହତ ହେଇଥିବା ଡେପୁଟି ପୋଲିସ୍ ଅଧୀକ୍ଷକ ଦେବେନ୍ଦ୍ର ମିଶ୍ରଙ୍କ ଝିଅ ବୈଷ୍ଣବୀ ମିଶ୍ର ଙ୍କୁ ରାଜ୍ୟ ସରକାର ଅଫିସର ଅନ ସ୍ପେସିଆଲ ଡିଉଟି (ଓଏସଡି) ଭାବରେ ନିଯୁକ୍ତ କରିଛନ୍ତି।
କନଷ୍ଟେବଳ ବବ୍ଲୁ କୁମାରଙ୍କ ଭାଇ ଉମେଶ କୁମାର କାନପୁର ପୋଲିସ କମିଶନରେଟରେ ଟ୍ରେନି କନଷ୍ଟେବଳ ଭାବରେ ଯୋଗ ଦେଇଛନ୍ତି।
ଉଭୟ ଚାକିରୀ ପାଇଁ ଉତ୍ତରପ୍ରଦେଶ ପୋଲିସ ପାଖରେ ଆବେଦନ କରିଥିଲେ I

ବୈଷ୍ଣବୀ ଙ୍କୁ ପ୍ରଥମେ ପୋଲିସ ମୁଖ୍ୟାଳୟରେ ପୋଷ୍ଟ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ତାଙ୍କୁ କାନପୁର ପୋଲିସ କମିଶନରେଟକୁ ସ୍ଥାନାନ୍ତର କରାଯାଇଛି। ସେ ପୋଲିସ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି ଏବଂ ତାଙ୍କୁ ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ତାଲିମ ଦିଆଯାଉଛି |

ତାଙ୍କ ପିତାଙ୍କୁ ସ୍ମରଣ କରି ବୈଷ୍ଣବୀ କହିଛନ୍ତି, “ମୋର ବିଶ୍ୱାସ ଯେ ମୋ ବାପା ସର୍ବଦା ମୋ ଜୀବନର ଅଂଶ ହୋଇ ରହିବେ । ଗୋଟିଏ ସମୟରେ ଲାଗୁଥିଲା ଯେ ସବୁକିଛି ଶେଷ ହୋଇଯାଇଛି। କିନ୍ତୁ ମୋ ମା ଏବଂ ପରିବାରର ଅନ୍ୟ ଗୁରୁଜନ ମାନେ ମୋତେ ଆଗକୁ ଯିବାପାଇଁ ପ୍ରେରଣା ଦେଇଛନ୍ତି। ମୋର ସମ୍ପର୍କୀୟ ଏବଂ ବନ୍ଧୁ ବାନ୍ଧବମାନେ ମଧ୍ୟ ମତେ ଉତ୍ସାହିତ କରିଛନ୍ତି I ତେଣୁ ମୁଁ ରାଜ୍ୟ ପୋଲିସରେ ଯୋଗଦେବାକୁ ସ୍ଥିର କଲି। ”

ବିକ୍ରୁ ହତ୍ୟାକାଣ୍ଡ ଘଟିଥିବା ବେଳେ କନଷ୍ଟେବଳ ବବ୍ଲୁ କୁମାରଙ୍କୁ ବିଥୋର ପୋଲିସ ଷ୍ଟେସନରେ ପୋଷ୍ଟ କରାଯାଇଥିଲା। ବବ୍ଲୁ ଙ୍କ ସାନଭାଇ ଉମେଶ ସରକାରୀ ଚାକିରି ପାଇଁ ଆବେଦନ କରିଥିଲେ। ଶାରୀରିକ ଏବଂ ଡାକ୍ତରୀ ପରୀକ୍ଷା ରେ ଉତ୍ତୀର୍ଣ ହେବା ପରେ ଉମେଶଙ୍କୁ ବର୍ତ୍ତମାନ ରାଜ୍ୟ ପୋଲିସ ବିଭାଗ ରେ ଚାକିରୀ ମିଳିଛି I ତାଙ୍କୁ ମଧ୍ୟ କାନପୁର ପୋଲିସ କମିଶନରେଟରେ ପୋଷ୍ଟିଂ ମଧ୍ୟ ଦିଆଯାଇଛି।

ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅବଶିଷ୍ଟ ୬ ଜଣ ଶହୀଦଙ୍କ ପରିବାର ସଦସ୍ୟଙ୍କୁ ଶୀଘ୍ର ଯୋଗ୍ୟତା ଅନୁଯାୟୀ ଚାକିରି ଦିଆଯିବ।

ବିକାଶ ଦୁବେ କୁ ଗିରଫ କରିବାପାଇଁ କାନପୁରର ଚୋୖବେପୁର ଅଂଚଳରେ ଥିବା ବିକୃ ଗାଁ କୁ ଯାଇଥିବା ବେଳେ ଗାଙ୍ଗଷ୍ଟର ଦୁବେ ଓ ତାହାର ସହଯୋଗୀଙ୍କ ଆକ୍ରମଣ ରେ ୮ ଜଣ ପୋଲିସ ସହିଦ ହେଇଥିଲେ I

ଜୁଲାଇ ୧୦ ଦିନ ସକାଳେ ଏକ ଏନକାଉଣ୍ଟରରେ ବିକାଶ ଦୁବେ ର ମଧ୍ୟ ମୃତ୍ୟୁ ଘଟିଥିଲା ​​I ବିକାଶ ଦୁବେ କୁ ଉଜ୍ଜଇନି ରୁ କାନପୁର ନିଆଯାଉଥିବା ସମୟରେ, ଗାଡିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏବଂ ସେହି ସମୟରେ ସେ ଖସି ଯିବାକୁ ଚେଷ୍ଟା କରିବା ସମୟ ରେ ପୋଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା I ସେଥିରେ ବିକାଶ ଦୁବେ ର ମୃତ୍ୟୁ ହେଇଥିଲା I

Launching Ceremony of “AYUSHMAN BHARAT

Comments are closed.