ବାଦ ପଡିଲେ ଦୀପିକା

ସାଉଥର ବଡ ପ୍ରୋଜେକ୍ଟ କଲ୍କିରେ ଆଉ ଦେଖିବାକୁ ମିଳିବେନି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ମିଳିଥିବା ସୂଚନା ଅନୁସାରେ ଦୀପିକାଙ୍କୁ ଏହି ପ୍ରୋଜେକ୍ଟରୁ ମେକର୍ସମାନେ ବାଦ ଦେଇଛନ୍ତି । ଏନେଇ ମେକର୍ସଙ୍କ ପକ୍ଷରୁ ଏକ ଅଫିସିଆଲ ଷ୍ଟେଟମେଣ୍ଟ ଜାରି କରାଯାଇ ସୂଚନା ଦିଆଯାଇଛି । ଦୀପିକାଙ୍କ ସହିତ ସେମାନଙ୍କର ସମୟକୁ ନେଇ ସମସ୍ୟା ଥିବାରୁ ଏହି ପ୍ରୋଜେକ୍ଟରୁ ଦୀପିକାଙ୍କୁ ବାଦ ଦିଆଯାଇଥିବା ଜଣା ପଡିଛି । ସୁତ୍ର ଅନୁସାରେ ଦୀପିକାଙ୍କର ଫି ଓ ୱାର୍କିଂ କଣ୍ଡିସନ କାରଣରୁ ତାଙ୍କୁ ଏହି ଫିଲ୍ମରୁ କଢା ଯାଇଥିବା ମେକର୍ସ ସୂଚନା ଦେଇଛନ୍ତି । ଏଭଳି ଅନେକ କଣ୍ଡିସନ ରହିଥିଲା ଯାହାକୁ ମେକର୍ସ ମାନିନଥିଲେ ତେଣୁ ଦୀପିକାଙ୍କୁ ଏଥିରୁ ବାଦ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି । ତେବେ ଏହାକୁ ନେଇ ଦୀପିକାଙ୍କ ପକ୍ଷରୁ କୌଣସି ମତ ମିଳିପାରିନାହିଁ ।

Launching Ceremony of “AYUSHMAN BHARAT

Comments are closed.