ବାଇଶି ପାହାଚ

ଶ୍ରୀମନ୍ଦିରର ପ୍ରତ୍ୟେକ ସ୍ଥାନ କୌଣସି ନା କୌଣସି ପୌରାଣିକ ମହତ୍ତ୍ୱ ରଖିଥାଏ । ଏଥିରେ ଥିବା ପ୍ରତ୍ୟେକ ସାମଗ୍ରୀ ନିର୍ମାଣ ପଛରେ କିମ୍ବଦନ୍ତୀ ରହିଛି । ଶ୍ରୀମନ୍ଦିରର ଏକ ମୁଖ୍ୟ ଅଂଶ ହେଲା ବାଇଶି ପାହାଚ । ଏହି ବାଇଶିଟି ପାହାଚର ରହିଛି ଭିନ୍ନ ଭିନ୍ନ ଅର୍ଥ ।
ବାଇଶି ପାହାଚକୁ ନେଇ ଅନେକ ଲୋକକଥା ରହିଛି, ପିଲାଟିଏ କଥା ଡେରିରେ କହିଲେ ମହାପ୍ରଭୁଙ୍କ ବାଇଶି ପାହଚରେ ଗଡାଇଲେ କଥା ଶୀଘ୍ର କୁହେ ବୋଲି ଲୋକମାନେ ବିଶ୍ୱାସ କରନ୍ତି । ସେହିଭଳି କେହି ଅସୁସ୍ଥ ଥିଲେ ମଧ୍ୟ ଏହି ବାଇଶି ପାହାଚରେ ଗଡିବାର ପରମ୍ପରା ମଧ୍ୟ ରହିଛି । ତେବେ ପ୍ରତିଟି ପାହାଚର ଭିନ୍ନଭିନ୍ନ ଅର୍ଥ ରହିଛି ଆସନ୍ତୁ ଜାଣିବା ସେହି ସମ୍ପର୍କରେ । ଏହାକୁ ଭାଗବତ ଅନୁସାରେ ନାମକରଣ କରାଯାଇଅଛି ।
ପ୍ରଥମ ପାହାଚ – ଜଗମୋହନ ଉତ୍ତର ବେଢାରେ -ଶ୍ରୀଜଗନ୍ନାଥଙ୍କ ଅବତାର ସମୂହର ମୂଳ ବିଶ୍ରାମସ୍ଥଳ । ସେ ପ୍ରଥମ ସ୍ୱର୍ଗରୁ ବ୍ରହ୍ନାଙ୍କ ମାଧ୍ୟମରେ ସନାକ, ସନନ୍ଦନ, ସନାତନ ଓ ସନତ କୁମାର ଏହି ଚାରି ଋଷି ରୂପରେ ଅବତାର ଗ୍ରହଣ କରିଥିଲେ । ଏହି ଅବତାରରେ ସେ ଚାର ରୂପରେ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିଲେ ।
ଦ୍ୱିତୀୟ ପାହାଚ – ଦ୍ୱିତୀୟ ଅବତାରରେ ଶ୍ରୀଜଗନ୍ନାଥ ରସାତଳଗାମୀ ପୃଥିବୀକୁ ଉଦ୍ଧାର ନିମିତ୍ତ ବରାହ ଅବତାର ଗ୍ରହଣ କରିଥିଲେ ।
ତୃତୀୟ ପାହାଚ – ତୃତୀୟ ଅବତାରରେ ଶ୍ରୀଜଗନ୍ନାଥ ଦେବର୍ଷି ନାରଦ ରୂପରେ ଜନ୍ମ ଗ୍ରହଣ କରି ପଞ୍ଚରାତ୍ରାଦି ବୈଷ୍ଣବ ବିଧି ବର୍ଣ୍ଣିତ ମୁକ୍ତିଦାୟକ କର୍ମଯୋଗ ମାନବଙ୍କୁ ଉପଦେଶ ଦେଇଆସୁଛନ୍ତି ।
ଚତୁର୍ଥ ପାହାଚ – ଚତୁର୍ଥ ଅବତାରରେ ଶ୍ରୀଜଗନ୍ନାଥ ଦକ୍ଷ ପ୍ରଜାପତିଙ୍କ କନ୍ୟା ମୂର୍ତ୍ତିଙ୍କ ଗର୍ଭରେ ନର ନାରାୟଣ ଋଷି ରୁପରେ ଅବତାର ଗ୍ରହଣ କରି ଆତ୍ମ କଲ୍ୟାଣ ଦାୟକ ଦୁସ୍କର ତପସ୍ୟା ଆଚରଣ କରିଥିଲେ ।
ପଞ୍ଚମ ପାହାଚ – ଶ୍ରୀଜଗନ୍ନାଥ ପଞ୍ଚମ ଅବତାରରେ କପିଳ ମୁନି ରୂପରେ ଆର୍ବିଭୂତ ହୋଇ ପଞ୍ଚବିଂଶତି ଅଧ୍ୟାୟରେ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ବଳିତ ମାନବ ଧର୍ମ ପ୍ରଣୟନ କରିଥିଲେ ।
ଷଷ୍ଠ ପାହଚ – ଶ୍ରୀଜଗନ୍ନାଥ ଷଷ୍ଠ ଅବତାରରେ ଅତ୍ରି ମହର୍ଷିଙ୍କ ପୁତ୍ର ଦରାତ୍ରେୟ ରୂପରେ ଅବତାର ଗ୍ରହଣ କରି ଅର୍ଜୁନ ରୂପରେ ମାନବ ଧର୍ମର ଶିକ୍ଷା ଦେଇଥିଲେ ।

ସପ୍ତମ ପାହାଚ – ସପ୍ତମ ଅବତାରରେ ଶ୍ରୀଜଗନ୍ନାଥ ପ୍ରଜାପତି – ରୁଢିଙ୍କ ଔରଷରେ ତାଙ୍କ ପନିୀ ଆକୁତିଙ୍କ ଗର୍ଭରୁ ସଂଭୂତ ହୋଇ ଯଜ୍ଞନାମ ଧାରଣ କରିଥିଲେ ଏବଂ ନିଜ ପୁତ୍ର ଓ ଦେବତାମାନଙ୍କ ସହ ସ୍ୱଂୟମ୍ବୁବ ମନ୍ୱନ୍ତର ପ୍ରଚଳନ କରିଥିଲେ ।
ଅଷ୍ଟମ ପାହାଚ – ଶ୍ରୀଜଗନ୍ନାଥ ଅଷ୍ଟମ ଅବତାରରେ ଭଗବାନ ନାରାୟଣଙ୍କ ମହାରାଜା ନାଭି ଓ ତାହାଙ୍କ ପନିି ନୁରୁଦେବୀଙ୍କ ପୁତ୍ର ରୂପେ ଜନ୍ମ ଗ୍ରହଣ କରିଥିଲେ । ସେ ଋଷଭ ଦେବ ନାମରେ ପରିଚିତ ହୋଇ ସନ୍ୟାସ ଅବଲମ୍ବନ କରିଥିଲେ ।
ନବମ ପାହାଚ – ଶ୍ରୀଜଗନ୍ନାଥ ନବମ ଅବତାରରେ ମହାରାଜ ପୃଥୁ ରୂପରେ ଅବତୀର୍ଣ୍ଣ ହୋଇ ପୃଥିବୀରୁ ପ୍ରାଣଦାୟକ ଶସ୍ୟ ଉତ୍ପନ୍ନ କରିବାର ବ୍ୟବସ୍ଥା ନିଜେ କରିବା ସହିତ ଅନ୍ୟଙ୍କ ଶିକ୍ଷା ଦେଇଥିଲେ ।
ଦଶମ ପାହାଚ – ଶ୍ରୀଜଗନ୍ନାଥ ଏହି ଅବତାରରେ ମତ୍ସ୍ୟରୂପ ଧାରଣ କରି ସୂର୍ଯ୍ୟପୁତ୍ର ବୈବସ୍ୱତ ମନୁଙ୍କୁ ରକ୍ଷା କରିଥିଲେ ।
ଏକାଦଶ – ଶ୍ରୀଜଗନ୍ନାଥ ଏହି ଅବତାରରେ କଛପ ରୂପ ଧାରଣ କରି ଦେବତା ଅସୁରମାନଙ୍କୁ ଲଗାଇ, ମନ୍ଦର ପର୍ବତକୁ ଖୁଆଦଣ୍ଡ ଓ ବାସୁକୀ ନାଗକୁ ରଜ୍ଜୁ ରୂପରେ ବ୍ୟବହାର କରି କ୍ଷୀର ସାଗର ମନ୍ଥନରେ ସହାୟତା କରିଥିଲେ ।
(ଉପରୋକ୍ତ ତଥ୍ୟ ପରମାନନ୍ଦ ତ୍ରିପାଠୀଙ୍କ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସଂସ୍କୃତି ପୁସ୍ତକରୁ ସଂଗୃହିତ )

Launching Ceremony of “AYUSHMAN BHARAT

Comments are closed.