ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ମଙ୍ଗଳବାର ଏକ ରାଜନୈତିକ ସମାବେଶରେ ଆତ୍ମଘାତୀ ବିସ୍ଫୋରଣ ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପ୍ରଦେଶରେ ଚାଲିଥିବା ଅଶାନ୍ତି ଓ ଉତ୍ତେଜନକୁ ଆହୁରି ବଢ଼ାଇ ଦେଇଛି। କ୍ବେଟାରେ ବଲୁଚିସ୍ତାନ ନାସ୍ନାଲ ପାର୍ଟି(ବିଏନ୍ପି)ର ସମାବେଶକୁ ଲକ୍ଷ୍ୟ କରି ଜଣେ ଆତ୍ମଘାତୀ ଆତଙ୍କୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିବା ଜଣାପଡ଼ିଛି। ବଲୁଚିସ୍ତାନରେ ବାଲୋଚ ଲିବରେସନ ଆର୍ମି (ବିଏଲ୍ଏ) ଭଳି ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ଥିବାରୁ ଏହା ଏକ ପରିଚିତ ଆକ୍ରମଣ ଶୈଳୀ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ପୁଲିସ ଓ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଆକ୍ରମଣରେ ୨୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଞ୍ଚଳରେ ପାକିସ୍ତାନ ସରକାର ଓ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପ୍ରକଳ୍ପ ବିରୋଧରେ ବିଦ୍ରୋହୀମାନେ ଲଗାତାର ଆକ୍ରମଣ କରୁଛନ୍ତି।
